ହାୱଡ଼ା-ସମ୍ବଲପୁର ଏକ୍ସପ୍ରେସ୍ରେ ଗଞ୍ଜେଇ ଚାଲାଣ:ଟ୍ରେନ୍ରୁ ଫୋପାଡ଼ିଲେ ଗଞ୍ଜେଇ ବସ୍ତା

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନ୍ୟୁଜ୍):ଢେଙ୍କାନାଳ ରେଳଷ୍ଟେସନରୁ ମାତ୍ର ଦୁଇ କିଲୋମିଟର ଦୂର କଇଁଥ ପୋଲିଆଠାରେ ଆଜି ଭୋର୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହାୱଡ଼ା-ସମ୍ବଲପୁର ଏକ୍ସପ୍ରେସ୍ରୁ ଲାଗ୍ଲାଗ୍ ୪ଟି ବସ୍ତା ତଳକୁ କେହି ଦୁର୍ବୃତ୍ତ ଫୋପାଡ଼ି ଦେଇଥିଲା । ସେତିକିବେଳେ ଟ୍ରେନ୍ ଲାଇନ୍ରେ କାର୍ଯ୍ୟରତ ଗ୍ୟାଙ୍ଗମ୍ୟାନ୍ଙ୍କ ମଧ୍ୟରୁ ୩ ଜଣ ବସ୍ତା ମାଡ଼ରେ ଗୁରୁତର ଆହତ ହୋଇଥିଲେ । ଅନୁସନ୍ଧାନ କରିବାରୁ ବସ୍ତାରେ ଗଂଜେଇ ଓ ଭାଙ୍ଗ ଥିବା ଜଣାପଡ଼ିଥିଲା । ଢେଙ୍କାନାଳକୁ ଏହା ଚାଲାଣ ହେଉଥିବା ବେଳେ ଷ୍ଟେସନ୍ ପୂର୍ବରୁ ଲଟାବୁଦା, ଅରମାବଣ ଦେଖି ଚାଲାଣକାରୀ ଟ୍ରେନ୍ରୁ ଗଂଜେଇ ବସ୍ତା ଖସାଇ ଦେଇଥିଲେ । ସେମାନଙ୍କ ଦୁର୍ଭାଗ୍ୟ ଯେ, ତଳେ କାମ କରୁଥିବା ଗ୍ୟାଙ୍ଗମ୍ୟାନ୍ଙ୍କ ଉପରେ ବସ୍ତା ପଡ଼ିଥିଲା ଏବଂ ଘଟଣାର ଖୋଳତାଡ଼ ହୋଇଥିଲା । ଏ ଘଟଣା ପଦାକୁ ଆସିନଥିଲେ ଚାଲାଣକାରୀ ପୁଣି ଅରମାବଣ ମଧ୍ୟରୁ ଗଂଜେଇ ବସ୍ତା ନେଇ କାରବାର ଚଳାଇଥାନ୍ତେ!
ପ୍ରକାଶ ଯେ, କଇଁଥପୋଲିଆଠାରେ ଗ୍ୟାଙ୍ଗ୍ମ୍ୟାନ୍ ଦିନେଶ କୁମାର ସାହୁ, ଜୟପ୍ରକାଶ ପାଣିଗ୍ରାହୀ, ରାକେଶ କୁମାର ପାଳ ଓ ବିରଞ୍ଚି ନାରାୟଣ ମହାପାତ୍ର କାର୍ଯ୍ୟରତ ଥିଲା ବେଳେ ହାୱଡା-ସମ୍ବଲପୁର ଏକ୍ସପ୍ରେସ୍ ଟ୍ରେନ୍ ଆସିଥିଲା । ତେଣୁ ସେମାନେ ରେଳ ଧାରଣା ପାଶ୍ୱର୍କୁ ଚାଲିଆସିଥିଲେ । ଟ୍ରେନ ଅତିକ୍ରମ ବେଳେ ହଠାତ୍ ସେମାନଙ୍କ ଉପରେ ୪ଟି ବସ୍ତା ପଡ଼ିଥିଲା । ହଠାତ୍ ସେମାନେ କିଛି ବୁଝିବା ପୂର୍ବରୁ ବସ୍ତା ମାଡ଼ରେ ତଳେ ପଡ଼ି ଲହୁଲୁହାଣ ହୋଇଥିଲେ । ଦୀନେଶ, ରାକେଶ ଓ ଜୟପ୍ରକାଶ ଆହତ ହୋଇଥିଲେ । ଖବର ପାଇ ରେଳବାଇ ପୁଲିସ ଓ ସ୍ଥାନୀୟ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଗ୍ୟାଙ୍ଗମ୍ୟାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଫୋପଡା ଯାଇଥିବା ବସ୍ତା ଗୁଡିକ ଯାଞ୍ଚ କରାଯିବାରୁ ତା’ ଭିତରୁ ଗଞ୍ଜେଇ ଓ ଭାଙ୍ଗ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା । ରେଳବାଇ ପୁଲିସ ଏ ସଂକ୍ରାନ୍ତରେ ଅବକାରୀ ବିଭାଗକୁ ଜଣାଇବା ପରେ ବିଭାଗୀୟ ଅଧିକାରୀ ପହଞ୍ଚି ଗଂଜେଇ ଓ ଭାଙ୍ଗ ଜବତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons