ଦୁଇ ଛେଳି ଚୋରଙ୍କୁ ନିସ୍ତୁକ ଛେଚିଲେ ଗ୍ରାମବାସୀ, ଛେଳି ଉଦ୍ଧାର

Get real time updates directly on you device, subscribe now.

ବେତନଟୀ,(ବି.ବି.ନ୍ୟୁଜ୍): ବାଇକ୍ ଯୋଗେ ଛେଳିଚୋରି କରି ଫେରାର ହୋଇଯାଉଥିଲେ । ଦୁଇ ଛେଳି ଚୋରଙ୍କୁ ଗ୍ରାମବାସୀ କାବୁକରି ନିସ୍ତୁକ ପିଟିଲେ । ମାଡ଼ ଦେବା ସହିତ ପୁଲିସ ଜିମାଦେଇଛନ୍ତି ଗ୍ରାମବାସୀ । ଗିରଫ ଦୁଇଅଭିଯୁକ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରୂପସା ଥାନା ଗଡପଦା ଓଡିଆଶାସନ ଗ୍ରାମର ଦେବେନ୍ଦ୍ର ମହାନ୍ତିର ପୁଅ ରାଜା ଓରଫ ତପନ(୩୭) ଏବଂ ଶେଖ ଗଫୁରର ପୁଅ ଶେଖ ଜାବର(୨୫) । ସୂଚନା ମୁତାବକ ଦୁଇ ଅଭିଯୁକ୍ତ ଏକ ଟିଭିଏସ ଆପାଚେ ବାଇକଯୋଗେ ପାରୋଇଦେଇ ଯାଉଥିବା ବେଳେ ଗ୍ରାମର ଶ୍ରୀକାନ୍ତ ପାତ୍ର ରବିବାର ସକାଳେ ଛେଳି ଗୁଡିକୁ ଚରାଇବାକୁ ନେଉଥିଲେ । ଛେଳିପଲ ରାସ୍ତା ତଳେ ଚାଲୁଥିବା ବେଳେ ଗୋଟିଏ ରାସ୍ତା ଉପରେ ଚାଲୁଥିଲା । ହଠାତ ସେମାନେ ଗାଡିକୁ ଅଟକାଇ ରାସ୍ତା ଉପରେଥିବା ଛେଳିିକୁ ଟେକିନେଇ ଆଖିପିଛୁଳାକେ ଛଚିନାପଦା ଅଭିମୁଖେ ଖସି ପଳାଇଥିଲେ । ସଙ୍ଗେସଙ୍ଗେ ସ୍ଥାନୀୟ ଜନୈକ ଯୁବକଙ୍କ ସହାୟତାରେ ଶ୍ରୀକାନ୍ତ ଆଗ ଗାଁକୁ ଖବର ଦେଇଥିଲେ । ଛୋଟରାୟପୁର ଗାଁର କିଛି ଯୁବକ ରାସ୍ତାଉପରେ ଜଗିରହି ସେମାନଙ୍କୁ ଆଟକାଇଥିଲେ । ଗ୍ରାମବାସୀ ସଙ୍ଗେସଙ୍ଗେ ଅଭିଯୁକ୍ତଙ୍କ ଗାଡିର ଚାବି କାଢିନେବା ସହିତ ଛେଳି କୋଉଠୁ ଆଣିଲେବୋଲି ପଚାରିଥିଲେ । ସେମାନେ ଛେଳି କିଣିକି ନେଉଥିବା କହିବା ସହିତ ଛେଳିକୁ ଉହ୍ଲାଇ ତରବରିଆ ହୋଇ ଦୈାଡିବାକୁ ଲାଗିଥିଲେ । ସଙ୍ଗେସଙ୍ଗେ ଗ୍ରାମବାସୀ ଗୋଡାଇଗୋଡାଇ କାବୁ କରିବା ସହିତ ନିସ୍ତୁକ ଛେଚିଥିଲେ । ଉଭୟଙ୍କୁ ଗାଡି ସହିତ ପୁଲିସ ଜିମା ଦିଆଯାଇଥିବା ବେଳେ ଏନେଇ ୧୨୮/୧୯ ଦଫା ୩୭୯/୩୪ଆଇପିସିରେ ମାମଲା ରୁଜୁ କରାଯାଇଛି । ଏଏସଆଇ ଚିତ୍ତରଞ୍ଜନ ବାରିକ ମାମଲାର ତଦନ୍ତ କରୁଛନ୍ତି । ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ଜବତ ଗାଡି ନମ୍ବର ଓଡି-୦୧ଡବ୍ଲ୍ୟୁ-୦୧୯୦କୁ ବଦଳାଇ ଓଡି-୦୧ଡବ୍ଲ୍ୟୁ-୦୧୦୦ କରି ଚୋରିକରୁଥିବା ପୁଲିସ ସୂଚନା ଦେଇଛି । ପ୍ରକାଶ ଥାଉକି ଗିରଫ ଅନ୍ୟତମ ଅଭିଯୁକ୍ତ ଶେଖ ଜାବର ୨୦୧୮ ମସିହାରେ ବେତନଟୀ ଥାନା ବୁଢୀଖମାରୀ ଅଞ୍ଚଳରୁ ଅନୁରୂପ ଢଙ୍ଗରେ ଛେଳି ଚୋର କରୁଥିବା ବେଳେ ୧୨/୧୮ନଂ କେସରେ ଗିରଫହୋଇ କୋର୍ଟଚାଲାଣ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons