ନୟାଗଡ଼,(ବି.ବି.ନ୍ୟୁଜ୍): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଖଇରପଟି ଗ୍ରାମରେ ଜମି ଚାଷ କରିବାକୁ କେନ୍ଦ୍ରକରି ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ନ୍ୟାୟ ଦାବି କରି ଗୋଟିଏ ଗୋଷ୍ଠୀ ରଣପୁର- ନୟାଗଡ଼ ଜଗନ୍ନାଥ ସଡ଼କ ଉପରେ ବସି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଇଟାମାଟି ପୁଲିସ ପହଞ୍ଚି ସମ୍ପୃକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟାଙ୍କ ସ୍ୱାମୀ ମଧ୍ୟରେ ବିବାଦ ଘନୀଭୂତ ହେବାରୁ ଏଭଳି ପରିଣତି ଘଟିଛି । ସମିତି ସଭ୍ୟାଙ୍କ ସ୍ୱାମୀ ବାବୁଲି ବାଣ୍ଠଙ୍କୁ ବିରୋଧୀ ଗୋଷ୍ଠୀର କେତେକ ବ୍ୟକ୍ତି ୨୦୧୬ ମସିହା ଫେବୃୟାରୀ ୧୩ ତାରିଖ ଅପରାହ୍ନରେ ତାଙ୍କ ଗ୍ରାମ ନିକଟ ଜଗନ୍ନାଥ ସଡ଼କ ଉପରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା କେତେକ ବ୍ୟକ୍ତି ଫେରାର ରହିଥିଲେ । ତେବେ ସେମାନଙ୍କ ଚାଷଜମି ପଡ଼ିଆ ପଡ଼ିଥିବାରୁ ଚଳିତ ବର୍ଷ ସେମାନେ ଜମି ଚାଷ କରିବାକୁ ଆସି ଆଜିଥିଲେ । ଜମିକୁ ଯିବା ସମୟରେ ବିରୋଧୀ ଗୋଷ୍ଠୀ ବିରୋଧ କରି ଥିଲେ । ଯାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଜମି ଚାଷ କରି ନପାରିବାରୁ ଉକ୍ତ ଗୋଷ୍ଠୀ ରାସ୍ତା ଉପରେ ବସି ନ୍ୟାୟ ଦାବି କରିଥିଲେ ।
Comments are closed, but trackbacks and pingbacks are open.