ଆୟ ୫ଲକ୍ଷ, ହେଲେ ସମ୍ପତ୍ତି ୭୫ଲକ୍ଷ: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବିବି.ବ୍ୟୁରୋ): ଭିଜିଲାନ୍ସ ଜାଲରୋ ଗୁରୁବାର ଜଣେ କୋଟିପତି ଶିକ୍ଷୟତ୍ରୀ ପଡିଛନ୍ତି । ଶିକ୍ଷୟତ୍ରୀ ଗାୟତ୍ରୀ ତ୍ରିପାଠୀଙ୍କ ବାସଗୃହ ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ ଏକ ସଂଗେ ଚଢ଼ାଉ କରି ତାଙ୍କର ପାଖାପାଖି କୋଟିଏ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି । ଆୟବହିର୍ଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି । ଗାୟତ୍ରୀ ତ୍ରିପାଠୀ ୨୦୧୩ ରୁ ତେଲେଙ୍ଗାପେଣ୍ଠର ସାଇଣ୍ଡା ୟୁପି ସ୍କୁଲରେ ସହକାରୀ ଶିକ୍ଷୟତ୍ରୀ ଭାବେ ଚାକିରି କରିଛନ୍ତି । ମାତ୍ର ୬ ବର୍ଷ ଚାକିରି ଭିତରେ ତାଙ୍କର ଏତେପରିମାଣର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ତାଜୁବ ହୋଇଛନ୍ତି । ତାଙ୍କ ସ୍ୱାମୀ ସୁଧୀର ଚନ୍ଦ୍ର ତ୍ରିପାଠୀ ଉଚ୍ଚଶିକ୍ଷା ବିଭାଗର ଆସିଷ୍ଟାଣ୍ଡ ଅଡିଟର ଅଛନ୍ତି । ପତ୍ନୀଙ୍କ ଆୟବହିର୍ଭୁତ ସମ୍ପତ୍ତି ଠୁଲ ପଛରେ ସ୍ୱାମୀଙ୍କ ହାତ ରହିଥିବା ଭିଜିଲାନ୍ସ ସନ୍ଦେହ କରିଛି । ତେବେ ତାଙ୍କ ପୁରା ସମ୍ପତ୍ତିକୁ ଠାବ କରିବା ଲାଗି ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, କଟକ ତେଲେଙ୍ଗାପେଣ୍ଠର ସାଇଣ୍ଡା ୟୁପି ସ୍କୁଲରେ ସହକାରୀ ଶିକ୍ଷୟତ୍ରୀ ଭାବେ ଗାୟତ୍ରୀ ତ୍ରିପାଠୀ ଚାକିରି କରିଛନ୍ତି । ତାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଲ ଅଭିଯୋଗ ରହିଥିଲା । ଏହି ଅଭିଯୋଗକୁ ଆଧାର କରି କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୫ଟି ଟିମ୍ ଖଣ୍ଡଗିରି ସ୍ଥିତ ଜାଗମରା ନିକଟ ପଞ୍ଚଶାଖାନଗରରେ ଥିବା ତାଙ୍କ ୩ ମହଲା ବାସଗୃହ ସମେତ ୫ଟି ସ୍ଥାନରେ ଏକସଂଗେ ଚଢ଼ାଉ କରିଥିଲା । ଏହି ଚଢ଼ାଉରୋ ୯୦ ଲକ୍ଷ ୫୫ ହଜାର ୯୫୨ ଟଙ୍କା ମୂଲ୍ୟର ତାଙ୍କ ଆୟବହିର୍ଭୁତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଠାବ କରାଯାଇଛି । ଠାବ ସମ୍ପତ୍ତି ମଧ୍ୟରେ ପଞ୍ଚଶଖାନଗରର ୩ ମହଲା କୋଠାର ମୂଲ୍ୟ ୩୨ ଲକ୍ଷ ୩୪ ହଜାର ୫୭୮ ଟଙ୍କା, ଭୁବନେଶ୍ୱର ଓ ଜଟଣୀରୀରେ ୩୮ ଲକ୍ଷ ୫୮ ହଜାର ୪ଶହ ଟଙ୍କାର ୫ଟି ପ୍ଳଟ, ୭ଲକ୍ଷ ୬୦ ହଜାର ୫୩୯ ଟଙ୍କାର ସୁନା ଓ ରୂପା ଅଳଙ୍କାର, ୫ଲକ୍ଷ ୧୫ ହାଜାର ୧୫୧ ଟଙ୍କାର ଗୋଟିଏ ଆଇ-୧୦ କାର ଓ ଗୋଟିଏ ସ୍କୁଟି, ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୧ଲକ୍ଷ ୪୯୮ ଟଙ୍କା, ନଗଦ ୫ହଜାର ୩୩୦ ଟଙ୍କା ଓ ୫ଲକ୍ଷ ୮୧ ହଜାର ୪୫୭ ଟଙ୍କାର ଆସବାବପତ୍ର ରହିଛି । ତେବେ ଗାୟତ୍ରୀଙ୍କର ଆଉ କେଉଁିଂ କେତେ ଟଙ୍କାର ସମ୍ପତ୍ତି ଠୁଲ ଅଛି କି ନାହିଁ ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons