ଗାଡ଼ ଭାଲୁ ଛୁଆ ଉଦ୍ଧାର

Get real time updates directly on you device, subscribe now.

ଆନନ୍ଦପୁର,(ବି.ବି.ନ୍ୟୁଜ୍): ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ କଂଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ଆଜି ଏକ ଗାଡ ଭାଲୁ ଛୁଆ ଉଦ୍ଧାର କରାଯାଇଛି । ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିଲା । ଆଉ ଫେରିପାରିନଥିଲା । ଗ୍ରାମର ଲୋକମାନେ ଭାଲୁ ଛୁଆକୁ ସୁରକ୍ଷିତ ରଖି ବନ ବିଭାଗକୁ ସୂଚନା ଦେଇଥିଲେ । ଆନନ୍ଦପୁର ବନ ବିଭାଗର ଏକ ଟିମ୍ ଭାଲୁ ଛୁଆକୁ ଉଦ୍ଧାର କରି କାଠକଟା ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡିବାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons