କୋକସରା,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଡୁଡୁକାଠେଙ୍ଗା ଗାଁ ପାଖରେ ଥିବା ଏକ ବିଲ ମଦ୍ୟରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ଝିଅର ମୃତଦେହ ଗଛ ତଳେ ରହିଛି । ଏନେଇ ଯୁବକଙ୍କ ବାପା ହତ୍ୟା ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି । ପାରିପାର୍ଶିକ ଅବସ୍ଥାରୁ ମଧ୍ୟ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ହେଉଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ଡୁଡୁକାଠେଙ୍ଗା ଗାଁର ପୃସ୍ତମ ଲହଜଲଙ୍କ ପୁଅ ନିରଞ୍ଜନ ସେହି ଗାଁର ଜନୈକ ଝିଅ ସହ ପ୍ରେମ ସଂପର୍କ ରହିଥିଲା । ଦୁହେଁ ଅଲଗା ଜାତିର ହୋଇଥିବାରୁ ଏହାକୁ ଝିଅର ପରିବାର ଲୋକେ ବିରୋଦ କରୁଥିଲେ । ଆଜି ସକାଳୁ ଗାଁ ପାଖ ବିଲରୁ ଉଭୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଯୁବକର ମୃତଦେହ ଏକ ଅଁଳା ଗଛରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ସେଠାରୁ ଅଳ୍ପ ଦୂରରେ ଝିଅଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଛି । କାରଣ ଏକ ଛୋଟ ଅଁଳା ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବାବେଳେ ବେକରେ ଏକ ମାଗୁଛା ବନ୍ଧା ଅବସ୍ଥାରେ ଯୁବତୀର ଶବ ପଡ଼ିଛି । ତାଙ୍କ ମୃତଦେହ ନିକଟରେ ଏକ ପାଣି ବୋତଲ, ଝିଅର ମୋବାଇଲ ରହିଛି ।
ମୃତ ଯୁବକଙ୍କ ବାପା କହିବା ଅନୁସାରେ ଗତକାଲି ତାଙ୍କ ଗାଁର ଦୁଇଜଣ ବ୍ୟକ୍ତି ତାଙ୍କ ପୁଅକୁ ଡାକି ନେଇଥିଲେ । ସେହି ସମୟରୁ ସେ ଆଉ ଘରକୁ ଫେରିନଥିଲା । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ବାପା ଅଭିଯୋଗ କରିଛନ୍ତି । ଅପରପକ୍ଷେ ଝିଅ ଖାଇପିଇ ଘରେ ଶୋଇଥିବା ବେଳେ ଭୋରରୁ ସେ ଘରେ ନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି । ଏନେଇ ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ସନ୍ଧାନୀ କୁକର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଆମପାଣି ଥାନାôଦକାରୀ ସତ୍ୟନାରାୟଣ ପ୍ରଦାନ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.