ବଞ୍ଚିଥିବା ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର

Get real time updates directly on you device, subscribe now.

ଜଳେଶ୍ବର : ବଞ୍ଚିଥିବା ରୋଗୀଙ୍କୁ ମୃତ ଘୋଷଣା ନେଇ ଉତ୍ତେଜନା ଦେଖାଦେଇଛି । ଜୀଇଁ ଉଠିଛନ୍ତି ଡାକ୍ତରଖାନାରୁ ମଶାଣି ଯାଇଥିବା ରୋଗୀ । ଜୀଅନ୍ତା ରୋଗୀଙ୍କୁ ମୃତ ଘୋଷଣା କରିଥିବାରୁ ତାତିଛନ୍ତି ଗାଁ ଲୋକେ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ସରକାରୀ ଡାକ୍ତରଖାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାଜପୁର ଗାଁରୁ ଆସିଥିବା ରୋଗୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ଗାଁ ଲୋକେ ତାଙ୍କୁ ମଶାଣୀକୁ ନେବାବେଳେ ସେ ବଞ୍ଚି ଉଠିଥିଲେ । ଯାହାକୁ ନେଇ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଫଳରେ ଗାଁ ଲୋକ ଆସି ମେଡିକାଲରେ ଭଙ୍ଗାରୁଜା କରିଥିଲେ । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଗାଁ ଲୋକେ । ଉତ୍ତେଜନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons