ରାକ୍ଷୀ ବାନ୍ଧିବାକୁ ଭଉଣୀ ଅପେକ୍ଷା କରି ନିରାଶ: ଭାଇର ମୃତଦେହ ନାଳରୁ ମିଳିଲା, ହତ୍ୟା ସନ୍ଦେହ

Get real time updates directly on you device, subscribe now.

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନିସ୍ତିପୁର କିଶ୍ୱରନଗର ଅଞ୍ଚରର ୨୬ବର୍ଷ ବୟସ୍କ ଯୁବକ ବସନ୍ତ ଦାସ ଗତକାଲିଠୁ ନିଖୋଜ ଥିଲେ ।ରାକ୍ଷୀ ବାନ୍ଧିବାକୁ ଭଉଣୀ ଆସି ଅପେକ୍ଷା କରିଥିଲେ ବି ବସନ୍ତଙ୍କୁ ବହୁ ଖୋଜାଖୋଜି ପରେ ବି ସେ ମିଳିନଥିଲେ ।
ଆଜି ସକାଳୁ ନିକଟସ୍ଥ ମୁହାଁଣ ନାଳରେ ତାଙ୍କ ଶବ ଗାଁ ଲୋକେ ଦେଖିବାକୁ ପାଇଥିଲେ । ପୋଲିସକୁ ଜଣାଇବାପରେ ପୋଲିସ ମୃତ ଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛି ।
ତେବେ କେଉଁ ପରିସ୍ଥିତିରେ ବସନ୍ତଙ୍କ ମୃତ୍ୟୁ ହେଲା ତାକୁ ନେଇ ଗାଁରେ କଳ୍ପନା ଜଳ୍ପନା ଲାଗି ରହିଛି । କେହି ହତ୍ୟାକରି ତାଙ୍କୁ ପାଣିରେ ପକାଇଦେଇଥିବା ଆଲୋଚନା ହେଉଛି । କାରଣ ପହଁରା ଜଣା ଥିବାରୁ ବସନ୍ତ ପାଣିରେ ବୁଡି ପ୍ରାଣ ହରାଇଥିବା ବା ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା ଅସମ୍ଭବ ବୋଲି ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons