ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀମନ୍ଦିର ଚାରିପାଖ ରାସ୍ତା ପ୍ରଶସ୍ତ କରିବାକୁ ହେଲେ ୧୨ଟି ପୁରାତନ ମଠ, ଅନ୍ୟୂନ ୪୨୦ ଦୋକାନ, ୧୫୦ ଘରକୁ ଭାଙ୍ଗିବାକୁ ପଡିବ । ନବକଳେବର ବେଳେ ମନ୍ଦିର ଚାରି ପାଖ ପ୍ରଶସ୍ତ କରିବାକୁ ପୁରୁଣା ରାସ୍ତା ଦାଢ଼ରୁ ତିରିଶ ଫୁଟ ଅବରେଧ ହଟାଯାଇଥିଲା । ସେତେବେଳେ ମନ୍ଦିର ଚାରି ପାଖରେ ପାଖପାଖି ୨୫ ଫୁଟ ରାସ୍ତା ରହିଥିଲା । ଏବେ ପୁଣି ଥରେ ଏହି ରାସ୍ତାକୁ ପ୍ରଶସ୍ତ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।
ଦୋଳବେଦି କୋଣ, ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍, ପଶ୍ଚିମ ପାଶ୍ୱର୍, ପୂର୍ବ ପାଖରେ ସର୍ବାଧିକ ଦୋକାନ ରହିଛି । ଏହି ଦୋକାନ ସହ ଦୋକାନ ପଛ ତଥା ଦେକାନକୁ ଲାଗି ରହିଥିବା ୧୫୦ ଘରୋଇ ବାସଭବନ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ସିଂହଦ୍ୱାର ଉଭୟ ପାଶ୍ୱର୍ରେ ରହିଥିବା ଛାଉଣି ଓ ବଡ଼ଛତା ମଠକୁ ବାଦ ଦେଇ ଶ୍ରୀମନ୍ଦିର ଚାରି ପାଖରୁ ଏହି ଜାଗାକ୍ୁ ନେଇ ଶ୍ରୀମନ୍ଦିର ପରିକ୍ରମା ପଥ ନିର୍ମାଣ ପାଇଁ ଯୋଜନା ଜାଲିଛି ।
ଉଚ୍ଛେଦ ତାଲିକାରେ ନିର୍ମାଣ
ଶ୍ରୀମନ୍ଦିର ପୂର୍ବ ପାଖ
ଏମଆର ମଠ, ଖଜାପଟି, କାକୁଡି ଖାଇ ଠାକୁରାଣୀ, ଶ୍ରୀମନ୍ଦିର ସିଂହଦ୍ୱାର ସୂଚନା କେନ୍ଦ୍ର, ପ୍ରତିହାରୀ ସ୍ୱାଧାୟ କେନ୍ଦ୍ର, ଜୋତା ଷ୍ଟାଣ୍ଡ, ସିଂହଦ୍ୱାର ପୁଲିସ ଫାଣ୍ଡି, ରାମଦୟା ପରିଷଦ, ସୂଚନା ଲୋକସମ୍ପର୍କ ବିଭାଗ ସୂଚନା କେନ୍ଦ୍ର, ଲଙ୍ଗୁଳି ମଠ, ବଡ ଆଖଡା ମଠ, ସାନଛତା ମଠ ଯାତ୍ରୀ ନିବାସ, ଦୋଳବେଦି କୋଣ ବଜାର, ଦୋଳବେଦି ଡାକ୍ତରଖାନା, ସିଂହଦ୍ୱାର ଥାନା ।
ଦକ୍ଷିଣ ପାଶ୍ୱର୍
ଦକ୍ଷିଣ ପାଶ୍ୱର୍ ମଠ, ରାଘବ ଦାସ ମଠ, କୌଶଲ୍ୟା ଦାସ ମଠ, ପଞ୍ଜାବୀ ମଠ, ଭରତ ମହଲା, କପାଳ ମୋଚନ ମନ୍ଦିର, ଖଜା ଦୋକାନ, ଜୋତା ଷ୍ଟାଣ୍ଡ, ମେଘନାଦ ପାଚେରିକୁ ଲାଗି ରହିଥିବା ଶୌଚାଳୟ, ପମ୍ପ ହାଉସ୍, ସାମାନ ଘର
ପଶ୍ଚିମ ପାଶ୍ୱର୍
ଗାଣ୍ଡୁଆ ଚଉରା ବାସେଳୀ ଠାକୁରାଣୀ ମନ୍ଦିର, ନେପାଳ ଭବନ, ବିଷ୍ଣୁ ଭବନ, ପ୍ରତିହାରୀ ଭବନ, ମଣିପୁର ଆଶ୍ରମ, କାଶିନାଥ ଭବନ, ଲକ୍ଷ୍ମୀଭବନ,ରାମଭବନ, ସୀତା ଭବନ, ରଘୁନାଥ ଅତିଥି ବିହାର, ଭଗବତୀ କୋଟ, ଅଖଣ୍ଡ ନାମ କୀର୍ତ୍ତନ, ସେସୁ ଅଫିସ, ଜେନେରେଟର ଘର ବ୍ୟତୀତ ଦୋକାନ ତଥା ବେପାର ଅନୁଷ୍ଠାନ ।
ଉତ୍ତର ପାଶ୍ୱର୍
ପାଣି ଟାଙ୍କି, ଗୋପୀନାଥ ଭବନ, ଶୁଭମ ଲଜ, ଚନ୍ଦନ ହଜୁର, ରେବେସା ମଠ, ଗୋପାଳଭବନ, ତ୍ରିମାଳି ମଠ,ତେରାଣୀ ଛତ୍ର ମଠ, ଉତ୍ତର ପାର୍ଶ ମଠ ଆଉ କିଛି ବାସଭବନ ରହିଛି ।
Comments are closed, but trackbacks and pingbacks are open.