ଭୁବନେଶ୍ୱର(ବି.ବି.ବ୍ୟୁରୋ): ରାଜନୀତିର ଶିଖର ପୁରୁଷ ଥିଲେ ଅଟଳଜୀ । ନିଜ ଜୀବନକୁ ଦେଶ ପାଇଁ ସମର୍ପି ଦେଇଥିଲେ । ସେ ମୃତ୍ୟୁକୁ ଡରୁ ନଥିଲେ । ମୃତ୍ୟୁ ତାଙ୍କୁ ଛୁଇଁବି ଛୁଇଁ ପାରିନି । କାହିଁକି ନା, କୋଟି କୋଟି ଭାରତୀୟଙ୍କ ହୃଦୟରେ ସେ ଆଜି ବି ବିରାଜମାନ । ଆଜି ବି ଅଟଳ ଅମର । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ପୂଣ୍ୟତିଥିରେ ରାଜ୍ୟ ବିଜେପିର ଏହା ଥିଲା ଶ୍ରଦ୍ଧାସୁମନ ।
ବିଜେପି ପକ୍ଷରୁ ଏହି ଜନନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ କରାଯାଇଛି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଅନ୍ୟ ବରିଷ୍ଠ ନେତା ବିନ୍ଦୁସାଗର ପୋଖରିରେ ତିଳ ତର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସ୍ୱର୍ଗତ ବାଜପେୟୀଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ସେ ଆରମ୍ଭ କରିଥିବା ବିକାଶର ଧାରାରେ ଆଜି ବି ଦେଶ ଆଗଉଛି ।
ନିକୋପାର୍କ ସ୍ଥିତ ଶବରସାହି ଛକ ସୁନାଦେଇ ମନ୍ଦିରରେ ଆୟୋଜିତ ଶ୍ରାଦ୍ଧବର୍ଷିକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କ ସ୍ମୃତି ଚାରଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ କହିଛନ୍ତି, ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ୩୨ ଶହ କିମି ରାସ୍ତା ବନାଇ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ । ଉପସଭାପତି ଅମୀୟ ଦାସ, ସମ୍ପାଦିକା ସିମନ୍ତିନୀ ଜେନା, ଡ÷ା. ଲେଖାଶ୍ରୀ ସାମନ୍ତ ସିଂହାର, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂହ ପ୍ରମୁଖ ଉପସ୍ଥିତ ରହି ଅଟଳଜୀଙ୍କ ସ୍ମୃତିଚାରଣ
Comments are closed, but trackbacks and pingbacks are open.