ଆଠମଲ୍ଲିକ : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୁର ଗ୍ରାମରେ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୁର ଗ୍ରାମର ଶେଷ କୁଦେଇ ତାଙ୍କ ଦ୍ବିତୀୟ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାସେସରୀ କୁଦେଇଙ୍କର ପରକୀୟା ପ୍ରୀତି ଥିବା ସନ୍ଦେହ କରି ହତ୍ୟା କରିଥିବା ଜଣାପଡିଛି । ରାସେସରିର ମୃତ ଶରୀର ଘର ବାଡି ପଛ ପଟେ ରକ୍ତ ଜୁଡୁ ବୁଡୁ ପଡିଥିବା ଦେଖିବାକୁ ମିଳିଥିଲା । ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡ ପରଠାରୁ ଶେଷ କୁଦେଇ ଏବଂ ପ୍ରଥମ ସ୍ତ୍ରୀ ଫେରାର ହୋଇଯାଇଛନ୍ତି । ଖବର ପାଇ ତାଙ୍କର ଜ୍ବାଇଁ ଓ ଝିଅ ପହଁଚିଛନ୍ତି ।


Comments are closed, but trackbacks and pingbacks are open.