ନିଖୋଜ ଥିବା ଯୁବକଙ୍କ ଶବ ଜଙ୍ଗଲରୁ ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକର ଝରିଆଗୁଡା ଗ୍ରାମ ଜଙ୍ଗଲରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ମଙ୍ଗଳା ପୂଜାରୀ । ମଙ୍ଗଳା ୩ ଦିନ ପୂର୍ବେ ଘରୁ ଜମିକୁ ଚାଷ ପାଇଁ ଯାଇଥିଲେ । ତେବେ ୩ ଦିନ ଧରି ସେ ଘରକୁ ଫେରି ନଥିବା ବେଳେ ଆଜି ପରିବାର ଲୋକେ ଖୋଜା ଖୋଜି କରିବା ବେଳେ ଜଂଗଲ ମଧ୍ୟରୁ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ତେବେ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି ।
ପରିବାରଲୋକଙ୍କ କହିବା ଅନୁଯାୟୀ ତାଙ୍କୁ ଭାଲୁ କିମ୍ବା କୌଣସି ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗର ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons