ଗଛକୁ ଧକ୍କା ଦେଲା ବାଇକ୍ଯୁ ବକ ମୃତ, ଅନ୍ୟ ଜଣେ ଗୁରୁତର

Get real time updates directly on you device, subscribe now.

ଖଣ୍ଡପଡ଼ା, (ବି.ବି.ନ୍ୟୁଜ୍): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତ ବାହାଡ଼ାଛକ ମୋଡ଼ାଣି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବାଇକ୍ ଗଛରେ ପିଟି ହେବା ଯୋଗୁ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହା ସହ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଖବରରୁ ପ୍ରକାଶ ଯେ, ଭାପୁର ବ୍ଲକ୍ ଅନ୍ତର୍ଗତ ବାଲିଆପଟା ଗ୍ରାମର ଜୟ ନାୟକଙ୍କ ପୁଅ ପ୍ରଶାନ୍ତ (୨୩) ସେହି ଗ୍ରାମର ଶତ୍ରୁଘନ ନାୟକଙ୍କ ପୁଅ ରାଜାଙ୍କ ସହ ନିଜ ଗ୍ରାମରୁ ଏକ ବାଇକ୍ (ଓଡି୨୫ଏଫ୍ ୪୦୫୧) ଯୋଗେ ଖଣ୍ଡପଡ଼ା ଅଭିମୁଖେ ଆସୁଥିଲେ । ସଂଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ପଦ୍ମ ପୋଖରୀ ମୋଡ଼ାଣି ନିକଟରେ ଭାରସାମ୍ୟ ହରାଇବାରୁ ବାଇକ୍ଟି ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଉଭୟ ଗାଡ଼ିରୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ହେଁ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ରାଜାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଫତେଗଡ଼ ପୁଲିସ ବାଇକ୍କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons