ବ୍ରହ୍ମପୁର : ଆଜି ସଂଧ୍ୟାରେ ଗଞାମ ସାନବଜାରରେ ବୋମା ମାଡ଼ ହୋଇଛି। ଏଥିରେ ବିଜେଡିନେତା ସୁଧୀର ପାଢୀ ଓ ତାଙ୍କ କାର ଚାଳକ ଗଣେଶ ବାରିକ୍ ଆହତ ହୋଇଛନ୍ତି । ଅତର୍କିତ ଭାବେ ଦୁର୍ବୃତ୍ତମାନେ ବାଇକରେ ପହଞ୍ଚି କାର ଉପରକୁ ବୋମା ମାଡ଼ କରିଥିବା ସୂଚନା ମିଳିଛି । ବୋମାମାଡରେ ଆହତ ହୋଇଥିବା ସୁଧୀର ପାଢୀ ପୂର୍ବତନ ସାଂସଦଙ୍କ ପ୍ରତିନିଧି ଥିଲେ । କାର୍ ଚାଳକ ଗଣେଶ ବାରିକ୍ ଗୁରୁତର ହୋଇଛନ୍ତି । ଗୁରୁତର ଗଣେଶକୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି ।
Comments are closed, but trackbacks and pingbacks are open.