ଯାଜପୁର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି । ଫିଡ୍ ସ ରୋଗରେ ଆକ୍ରାନ୍ତ ଜଣେ ନାବାଳିକାଙ୍କୁ ଅତ୍ୟଧିକ ମାତ୍ରାରେ ଇଞ୍ଜେକସନ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୁଆଖିଆ ଥାନା ହରିପୁରଲ ଗାଁର ନୀଳମଣି ବରାଳଙ୍କ ୧୦ବର୍ଷର ଝିଅ ପୂଜାପାଣୀ ବରାଳଙ୍କୁ ବାତ ମାରିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ଯାଜପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ପୂଜାରାଣୀଙ୍କୁ ଅତ୍ୟଧିକ ମାତ୍ରାର ଇଞ୍ଜେକସନ ଦେବା ପରେ ତାର ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ବାପା ନୀଳମଣି ବରାଳ ଝିଅର ମୃତଦେହ ଧରି ମେଡିକାଲ ବାରଣ୍ଡାରେ ବସିଛନ୍ତି ।
Comments are closed, but trackbacks and pingbacks are open.