କୋରାପୁଟ,(ବି.ବି.ନ୍ୟୁଜ୍): ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ସଫିନ୍ ଅହମ୍ମଦ କେ ଯୋଗ ଦେଇଛନ୍ତି । ଯୋଗଦାନ ପରେ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି, ମାଓ ବିରୋଧୀ ଅଭିଯାନ ଓ ଗଞ୍ଜେଇ ଚାଲଣ ରୋକିବା ଦିଗରେ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରାଯିବା । ନୂତନ ଜ୍ଞାନକୌଶଳକୁ ଆପଣାଇ କାମ କରାଯିବ । ଏହା ଦ୍ୱାରା ୱାର୍କଲୋଡ଼ କମିବ । ସରକାଙ୍କ ୫-ଟି କାର୍ଯ୍ୟକ୍ରମକୁ ପୂରଣ କରାଯିବ । କାଗଜକଲମରେ ନୁହେଁ ବାସ୍ତବତାରେ ପ୍ରଦର୍ଶନ ପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । \nଅହମ୍ମଦ କହିଛନ୍ତି, ମାଓପ୍ରବଣ ଜିଲ୍ଲାଗୁଡ଼ିକରେ ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା ପ୍ରତି ପୁଲିସର ପ୍ରାଥମିକତା ରହିବ । ନିୟୋଜିତ ଯବାନଙ୍କ ସହିତ ସମନ୍ୱୟ ରକ୍ଷାକରି ମାଓ ଅପରେସନ ତ୍ୱରାନ୍ୱିତ କରାଯିବ । ବର୍ତ୍ତମାନ ଗଞ୍ଜେଇ ଚାଲଣ ରୋକିବାରେ ପୁଲିସ ଅନେକ ସଫଳତା ପାଇଛି । ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅଞ୍ଚଳରେ ପୂର୍ବରୁ ବିଭିନ୍ନ ପଦପଦବିରେ ରହି ସେ କାମ କରିଆସିଛନ୍ତି । ଅନୁଭୂତି ଓ ଅଭିଜ୍ଞତାକୁ କାମରେ ଲଗାଇ ଲୋକଙ୍କ ପ୍ରିୟଭାଜନ ହେବେ ବୋଲି ଶ୍ରୀ ଅହମ୍ମଦ କହିଛନ୍ତି । ଆଜି ଦିନ ସାଢ଼େ ୧୦ଟାରେ ଅହମ୍ମଦ କାର୍ଯ୍ୟାଳୟ ଆସିଥିଲେ । ପୂର୍ବତନ ଡିଆଇଜି ହିଂମାଶୁ ଲାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ କୋରାପୁଟ ଏସ୍ପି କନୱର ବିଶାଲ ସିଂଙ୍କ ସହିତ ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଏସ୍ପି ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.