ସରକାରୀ ଯୋଜନାକୁ ଉପହାସ:ଶହେ ଫୁଟ୍ର ପୋଲ ତିଆରିକଲେ ବନବାସୀ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନ୍ୟୁଜ୍): ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ତାହା ଅପହଞ୍ଚ ହୋଇ ରହିଯାଉଛି । ଫଳରେ ବାଧ୍ୟହୋଇ ସରକାରୀ ଯୋଜନାକୁ ଅପେକ୍ଷା ନକରି ଲୋକେ ନିଜ ସୁବିଧା ବାଟ ନିଜେ କରିବାକୁ ଉଚିତ ମଣିଥାନ୍ତି । ବାରମ୍ବାର ପ୍ରଶାସନ ଆଗରେ ଗୁହାରି କରି ବିଫଳ ହେବା ପରେ ନୂଆପଡ଼ା ଜିଲ୍ଲା ଦୁର୍ଗମ ସୁନାବେଡ଼ା ଅନ୍ତର୍ଗତ କାଙ୍କେରମଞ୍ଜି ଓ ହଲୁଆପାଲି ଗାଁଲୋକ ମିଳିମିଶି ଅଞ୍ଚଳର ଦୁଃଖ ପାଲଟିଥିବା ଏକ ନାଳ ଉପରେ ପୋଲ ନିର୍ମାଣ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ୩ ଦିନର ଶ୍ରମଦାନ ପରେ ନିର୍ମାଣ ହୋଇଥିବା ୧୦୦ ଫୁଟର ଏହି ପୋଲ ଯୋଗୁଁ ଏବେ ୩ଟି ପଞ୍ଚାୟତବାସୀ ଉପକୃତ ହୋଇଛନ୍ତି । ବନବାସୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯିବା ସହ ପ୍ରଶାସନକୁ ଏହା ଉପହାସ ବୋଲି ମତପ୍ରକାଶ ପାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons