ଢ଼େଙ୍କାନାଳ : ୫୫ନଂ ଜାତୀୟ ରାଜପଥର ଢେଙ୍କାନାଳ ବଳଦିଆବନ୍ଧ ଅଞ୍ଚଳରେ କାମ କରୁଥିବା ଏକ ଗ୍ରେଡର ମେସିନ ସହ ଗୋଟିଏ ସ୍କୁଟି ଓ ବାଇକ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ବାଇକ ଓ ସ୍କୁଟିରେ ଥିବା ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଓମ୍ଫେଡ ପାର୍ଲର ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ସ୍କୁଟି ଆରୋହୀ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନଡିଆଳୀ ଗ୍ରାମର ଭରତ ବେହେରା ବୋଲି ଜଣାପଡିଛି । ଅପରପକ୍ଷରେ ଗୁରୁତର ମାନେ ହେଲେ ନଡିଆଳୀ ଗାଁର ବଳରାମ ବେହେରା ,ଚନ୍ଦନ ବେହେରା ଓ ବଳଦିଆବନ୍ଧ ଗ୍ରାମର ଉଦ୍ଧବ ନାୟକ ଓ ମଣ୍ଟୁ ନାୟକ ବୋଲି ଜଣାପଡିଛି । ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଁଚି ଦୁର୍ଘଟଣା ଘଟାଇଥିବା ଗ୍ରେଡର ମେସିନକୁ ଜବତ କରିଛି ।
Comments are closed, but trackbacks and pingbacks are open.