ଦିଗପହଣ୍ଡ, (ବି.ବି.ନ୍ୟୁଜ୍): ଘୋଡ଼ାହାଡ଼ ନଦୀରୁ ଆଜି ଉଦ୍ଧାର ହୋଇଛି ମଲା ବଣଭୁଆ । କୌଣସି ଏକ ସ୍ଥାନରୁ ଏକ ମୃତ ବଣ ବିରାଡ଼ି ଭାସି ଆସି କୈଠଖଣ୍ଡି ନିକଟ ଘୋଡ଼ାହାଡ଼ ନଦୀ କୂଳରେ ଲାଗିଥିଲା । ଏହାକୁ ଦେଖି ଗ୍ରାମବାସୀ ରୁଣ୍ଡ ହୋଇଥିଲେ । କେହି କେହି ଏହାକୁ ଚିତା ବାଘ ବୋଲି କହୁଥିବା ବେଳେ ଆଉ କେତେକ ବାଘ ଛୁଆ ବୋଲି ଅନୁମାନ କରୁଥିଲେ । ଘଟଣା ସମ୍ପର୍କରେ ଦିଗପହଣ୍ଡି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ସେଠାରେ ମୃତ ଜନ୍ତୁ ସମ୍ପର୍କରେ ଅନୁସନ୍ଧାନ କରାଯିବା ପରେ ଏହା ଏକ ବଣ ବିରାଡ଼ି ବୋଲି ଜଙ୍ଗଲ ବିଭାଗ କର୍ମଚାରୀ ସ୍ପଷ୍ଟ କରିଥିଲେ । ଗତ କିଛି ଦିନ ଧରି ମୃତ ଜନ୍ତୁ ପାଣିରେ ରହିବା ଯୋଗୁଁ ଫୁଲି ପୋଚି ଯାଇଥିବା ବନ ବିଭାଗ କହିଛି । ଏଣୁ ଏହା ଏକ ବାଘ ଛୁଆ ପରି ଦିଶୁଥିଲା । ସତ୍ୟ ଜଣାପଡ଼ିବା ପରେ ଉଦ୍ଧାର ହୋଇଥିବା ବଣ ବିରାଡ଼ିକୁ ଗ୍ରାମବାସୀ ପୁଣି ନଦୀରେ ଭସାଇ ଦେଇଥିଲେ ।
Comments are closed, but trackbacks and pingbacks are open.