ମହନ୍ତ ନେଲେନି ନୋଟିସ, କବାଟରେ ଲାଗିଲା

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀମନ୍ଦିର ସିଂହଦ୍ୱାର ସାମନାରେ ଠିଆ ହୋଇଥିବା ଏମାର ମଠ କୋଠାକୁ ପୌରସଂସ୍ଥା ବିପଦସଙ୍କୁଳ ଘୋଷଣା କରିଛି । ଏନେଇ ଜାରି ହୋଇଥିବା ନୋଟିସକୁ ମଠ ମହନ୍ତ ଗ୍ରହଣ କରିନଥିଲେ । ମହନ୍ତଙ୍କ ଅସହଯୋଗ ଦେଖି ପ୍ରଶାସନ ବିପଦସଙ୍କୁଳ କୋଠା ଭଙ୍ଗା ନୋଟିସକୁ ମଠ କବାଟରେ ଅଠାରେ ମାରିଦେଇଛି । ନୋଟିସରେ ଦର୍ଶାଯାଇଛି ମଠ କୋଠା ଭଙ୍ଗା ଦଦରା ଅବସ୍ଥାରେ ରହିଛି । ଏହି ବିପଦସଙ୍କୁଳ କୋଠା ଶ୍ରୀମନ୍ଦିର ଦର୍ଶନକୁ ଆସୁଥିବା ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁ ଏବଂ ମଠ କଡ ଦେଇ ଯାତାୟାତ କରୁଥିବା ସର୍ବସାଧାରଣଙ୍କ ଜୀବନ ପ୍ରତି ବିପଦର କାରଣ ହୋଇଛି । ଏହି ଭଙ୍ଗା ଦଦରା କୋଠା ଶ୍ରୀମନ୍ଦିର ସୁରକ୍ଷା ଏବଂ ଶ୍ରୀମନ୍ଦିର ପ୍ରତି ବିପଦର କାରଣ ରହିଛି । ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ ଆଦି ପର୍ବରେ ଦର୍ଶନକୁ ଆସୁଥିବା ଭକ୍ତଙ୍କ ଜୀବନକୁ ବିପଦ ସୃଷ୍ଟି କରୁଛି । ଏହି କାରଣରୁ କୋଠାକୁ ନିଜ ଦଖଲକୁ ନେବାକୁ ପ୍ରଶାସନ ଆଇନ ମୁତାବକ ନିଷ୍ପତ୍ତି ନେଇଛି । ଓଡ଼ିଶା ପୌର ଆଇନ ୧୯୫୦ର ୨୭୫ (୧)ବଳରେ ଏହି କୋଠାକୁ ଭାଙ୍ଗିବାକୁ ପ୍ରଶାସନ ନୋଟିସ ଜାରି କରୁଛି । ଅଗଷ୍ଟ ୨୭ ତାରିଖ ସୁଦ୍ଧା କୋଠାକୁ ଭାଙ୍ଗିବାକୁ ପଦକ୍ଷେନ ନନେଲେ ପୌର ପ୍ରଶାସନ ଯେ କୌଣସି ମୁହୂର୍ତ୍ତରେ କୋଠାକୁ ଭାଙ୍ଗିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନୋଟିସରେ ଅବଗତ କରାଯାଇଛି । ତାନହେଲେ ପୌର ଆଇନ ୨୭୫ (୨) ଆଧାରରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ କରିବ ବୋଲି ନୋଟିସରେ ଦର୍ଶାଯାଇଛି । ମହନ୍ତ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ନୋଟିସକୁ ଗ୍ରହଣ କରିନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons