ସ୍କୁଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ମୋହନା : ସ୍କୁଲ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଡରୁ ଆଶ୍ରମ ସ୍କୁଲ ପିଅନଙ୍କୁ ହତ୍ୟା କରାଯାଇଛି । ସ୍କୁଲ ପରିସର ସ୍ଥିତ ବାସଭବନରୁ ମୃତଦେହ ମିଳିଛି । ମୃତ ପିଅନ ହେଲେ ଜଗନ୍ନାଥ କାର୍ଜି ।
ତେବେ ତାଙ୍କ ପୁଅ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ କିଛି ବର୍ଷ ହେଲା ଲାଗି ରହିଥିଲା ପାରିବାରିକ କଳହ । ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons