କଟକ,(ବି.ବି.ନୁ୍ୟଜ୍): ପୁରୀ ଗୁରୁକୃପା ଆଶ୍ରମ ମହନ୍ତ ରାମଚରଣ ଦାଶଜୀ ମହରାଜଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଆସାମୀ ପୂର୍ଣ୍ଣଚନ୍ଦ୍ର ନାୟକ ଓରଫ ପୁନିଆକୁ ହାଇକୋର୍ଟ ନିଦେ୍ର୍ଧାଷରେ ଖଲାସ କରିଛନ୍ତି । ପୁରୀ ଅତିରିକ୍ତ ସେସନ୍ସ ଜଜ୍ ୨୦୧୧ ମାର୍ଚ୍ଚ ୨୬ରେ ଆସାମୀ ପୁନିଆ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଥିଲେ । ଦୀର୍ଘ ୮ ବର୍ଷ ପରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଏହି ଆଦେଶକୁ ରଦ୍ଧ କରିବା ସହ ଆସାମୀ ପୁନିଆକୁ ତୁରନ୍ତ ଜେଲ୍ରୁ ଛାଡିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ମିଶ୍ର ଏବଂ ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି, ରାମଚରଣ ଦାଶଜୀ ମହରାଜ୍ଙ୍କର ସିଦ୍ଧ ମହାବୀରପାଟଣାରେ ଗୁରୁକୃପା ନାମରେ ଏକ ଆଶ୍ରମ ଥିଲା । ସେ ପ୍ରଥମେ ଆସାମୀ ପୁନିଆ ଏବଂ ତା’ର ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ନାମରେ ସ୍ଥାନୀୟ ଥାନାରେ ସେମାନେ ଦାଦାବଟି ମାଗୁଥିବା ନେଇ ଅଭିଯୋଗ କରିଥିଲେ । ଏଇଠୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । ୨୦୦୯ ଜୁନ୍ ୨ ସକାଳୁ ମଠରେ ପାଟିଗୋଳ ଶୁଭିଲା । ୨/୩ ଜଣ ଖଣ୍ଡା ଧରି ମହନ୍ତଙ୍କୁ ଗୋଡାଉଥିବା ଦେଖିବାକୁ ମିଳିଥିଲା । ଏହାପରେ ରାମଚରଣ ଦାଶ ମହରାଜ୍ଙ୍କ ରକ୍ତ ଜୁଡୁବୁଡୁ ଶରୀର ଚଟାଣରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ପୁରୀ ମେଡିକାଲକୁ ଅଣାଯିବା ପରେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ମହନ୍ତଙ୍କ ପୁଅ ମଦନ ମୋହନ ଦାଶଜୀ ମହରାଜ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ପୁଲିସ୍ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଅନ୍ୟଜଣେ ନାବାଳକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓରଫ କାବୁକୁ ଗିରଫ କରିଥିଲା । ପୁଲିସ୍ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା ଏଥିରେ ପୂର୍ଣ୍ଣଚନ୍ଦ୍ର ଏବଂ ତାର ବାପା ବୈକୁଣ୍ଠନାଥ ନାୟକ, ନାବାଳକ କାବୁର ନାମ ରହିଥିଲା । କାବୁ ନାମରେ ଜୁଭେନାଇଲ୍ ଅଦାଲତରେ ମାମଲା ଚାଲୁଥିଲାବେଳେ ପୂର୍ଣ୍ଣଚନ୍ଦ୍ରର ବାପାକୁ ଅଦାଲତ ନିଦେ୍ର୍ଧାଷରେ ଖଲାସ କରିଥିଲେ ।
କିନ୍ତୁ ପୂର୍ଣ୍ଣଚନ୍ଦ୍ରକୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୨(ହତ୍ୟା)ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ନିମ୍ନ ଅଦାଲତଙ୍କ ଆଦେଶକୁ ଚାଲେଞ୍ଜ କରି ଆସାମୀ ପୂର୍ଣ୍ଣଚନ୍ଦ୍ର ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ମାମଲାର ବିଭିନ୍ନ ଦିଗକୁ ବିଚାରକୁ ନେଇ ଆସାମୀକୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି । ଆସାମୀ ବିରୋଧରେ କୌଣସି ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ବା ବୟାନ ନଥିଲାବେଳେ ପୂର୍ବ ଶତ୍ରୁତା ଆଧାରରେ ନିମ୍ନ ଅଦାଲତ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏପରିକି ଏହି ହତ୍ୟା ଘଟଣାରେ ଯେଉଁ ଖଣ୍ଡା ବ୍ୟବହାର ହୋଇଥିଲା ତାହାକୁ ପୁଲିସ୍ ଜବତ କରିଥିଲା ବେଳେ ଏହା କିନ୍ତୁ ପ୍ରକୃତରେ ହତ୍ୟା ପାଇଁ ବ୍ୟବହାର ହୋଇଥିଲା କି’ ନାହିଁ ତାହାକୁ ପ୍ରମାଣ କରିବାରେ ପୁଲିସ୍ ବିଫଳ ହୋଇଥିଲା । ତେଣୁ କେବଳ ସନେ୍ଦହ ବା ଆଶଙ୍କା କରି କୌଣସି ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ମତବ୍ୟକ୍ତ କରିବା ସହ ଆସାମୀକୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି ।
Comments are closed, but trackbacks and pingbacks are open.