ରାଜଧାନୀରେ ଗର୍ଜିଲା ବନ୍ଧୁକ:ବରମୁଣ୍ଡାରେ ପଶି ହାଣିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀର ବରମୁଣ୍ଡା ଗାଁରେ ଆଜି ସନ୍ଧ୍ୟାରେ ବନ୍ଧୁକ ଗର୍ଜିଛି । ବରମୁଣ୍ଡା ଗାଁର ପ୍ରଧାନ ସାହିରେ ୩୦ରୁ ଅଧିକ ଦୁର୍ବୃତ୍ତ ପଶି ଆତଙ୍କ ଖେଳାଇଛନ୍ତି । ଫାଙ୍କା ଗୁଳିଚାଳନା ସହ ସେଠାରେ ଥିବା ଗଣେଶ ପୂଜା ମଣ୍ଡପରେ ଭଙ୍ଗାରୁଜା କରିବା ସହ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ପ୍ରଧାନ ସାହିର ଜଗନ ରାଉତରାୟ (ଗୁଡୁ), ବିଜୟ ମହାପାତ୍ର (ବିଜୁ) ଓ ସିଲୁ ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ଗୁଡୁଙ୍କ ପେଟରେ ଭୁଜାଲି ଭୁସିଛନ୍ତି । ଏନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସମୟ ପ୍ରାୟ ସନ୍ଧ୍ୟା ୮ଟା ହେବ । ବରମୁଣ୍ଡା ବସ୍ଷ୍ଟାଣ୍ଡ ପଟୁ ମହିମା ମିଶ୍ର ଆବାସ ରାସ୍ତା ଦେଇ ବରମୁଣ୍ଡା ଗାଁ ଭିତରକୁ ୧୫-୨୦ ବାଇକ୍ ପଶିଥିଲା । ଏଥିରେ ପାଖାପାଖି ୩୦ ଜଣ ଦୁର୍ବୃତ୍ତ ବସିଥିଲେ । ସମସ୍ତେ ମୁହଁରେ ମୁଖା ପିନ୍ଧି ହାତରେ ବନ୍ଧୁକ, ଭୁଲାଜି, ଖଣ୍ଡା ଓ ପ୍ଲାଷ୍ଟିକ୍ ପାଇପ୍ ଧରିଥିଲେ । ସେମାନେ ପୂଜା ମଣ୍ଡପ ସାମ୍ନାରେ ଅଟକି ହଙ୍ଗାମା କରିଥିଲେ । ରାସ୍ତା ଉପରେ ବନ୍ଧୁକରୁ ଫାଙ୍କା ଫାୟାରିଂ କରିଥିଲେ । ମଣ୍ଡପରେ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ଗୁଡୁ, ବିଜୁ ଓ ସିଲୁ ବିରୋଧ କରିଥିଲେ । ଦୁର୍ବୃତ୍ତମାନେ ମିଳିତ ଭାବେ ଏମାନଙ୍କ ଉପରେ ଝାମ୍ପି ପଡିÿ ପ୍ରବଳ ମାଡ଼ ମାରିଥିଲେ । ପିଲାମାନଙ୍କୁ ଆକ୍ରମଣ ହେଉଥିବା ଦେଖି ଗାଁ ଲୋକ ଏକାଠି ହୋଇ ମଣ୍ଡପ ଆଡ଼କୁ ମାଡିÿ ଆସିଥିଲେ । ଏହାଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।
ଗାଁ ଲୋକ ଆହତମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗାଁ ଲୋକ ରାସ୍ତା ଅବରୋଧ କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଥମିଥିଲା । ଖଣ୍ଡଗିରି ଥାନାରେ ଏନେଇ ଏକ ଅଭିଯୋଗ ହୋଇଛି । ପୁଲିସ କହିଛି, ଅଭିିଯୁକ୍ତମାନେ ସମସ୍ତେ ହାଉସିଂ ବୋର୍ଡ କଲୋନିର । ଏମାନେ ବରମୁଣ୍ଡା ଶିଶୁମନ୍ଦିର ପାଖରେ ଖଟି କରନ୍ତି । ଗତକାଲି ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଥିବା ମଦ କାଉଣ୍ଟର ନିକଟରେ କୌଣସି କାରଣରୁ ପ୍ରଧାନ ସାହିର କିଛି ଯୁବକଙ୍କ ସହ ଅଭିଯୁକ୍ତମାନଙ୍କର ଝଗଡ଼ା ହୋଇଥିଲା । ସେଇଠୁ ବିବାଦ ଆରମ୍ଭ ହୋଇଛି । ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons