ଭୁବନ,(ବି.ବି.ନୁ୍ୟଜ୍): ହଜିଗଲା ମାନବିକତା । ମୃତ ବୋଲି ଜାଣିବା ପରେ ଅଧାବାଟରେ ଗାଡ଼ି ଅଟକାଇ ଦେଲା ଡ୍ରାଇଭର । ବିଳମ୍ବିତ ରାତିରେ ତେଣୁ ବାଧ୍ୟ ହୋଇ ସ୍ୱାମୀ-ସ୍ତ୍ରୀ ଦୁଇ ମାସର ଶିଶୁପୁତ୍ରର ମୃତଦେହ ରାସ୍ତା କଡ଼ରେ ଛାଡ଼ି ଘରକୁ ଫେରିଥିଲେ । ଆଜି ସକାଳେ ଏକ ଶିଶୁପୁତ୍ରର ରାସ୍ତା କଡ଼ରେ ମୃତଦେହ ପଡ଼ିଥିବା ପ୍ରଚାର ହେବା ପରେ ପୁଲିସ ପହଞ୍ଚି ଅନୁସନ୍ଧାନ କରିଥିଲା । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଶିଶୁକୁ ନେଇ ସକ୍ରାର କରିଥିବା ଜଣାପଡ଼ିଛି । ଏ ଅଭାବନୀୟ ଘଟଣା ଭୁବନ ବ୍ଲକ୍ ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ପାଲଟିଥିଲା ।


Comments are closed, but trackbacks and pingbacks are open.