ରସାଳପୁର କଲେଜରେ ଅଭାବନୀୟ ଘଟଣା:ଯୁକ୍ତ ତିନି ଛାତ୍ରକୁ ପୋଖରୀରେ ବୁଡାଇ ହତ୍ୟା ଉଦ୍ୟମ

Get real time updates directly on you device, subscribe now.

ବାଲେଶ୍ୱର ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁରସ୍ଥିତ ଡ. ଯଦୁନାଥ କଲେଜରେ ଦୁଇ ଛାତ୍ର ଗୋÂୀ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ନେଇଛି । ଶୁକ୍ରବାର ମଧ୍ୟାହ୍ନରେ ଏକ ନିର୍ଦ୍ଧିଷ୍ଟ ଛାତ୍ରଗୋÂୀ ଅନ୍ୟ ଏକ ଛାତ୍ରଗୋÂୀର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରକୁ ପାଣିରେ ବୁଡାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଭିଡିଓ ସିସିଟିଭି ଫୁଟେଜ୍ରୁ ଭାଇରାଲ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ସମ୍ପୃକ୍ତ ଛାତ୍ର ଏବଂ ସମର୍ଥକମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ସୂଚନା ମୁତାବକ, ଶୁକ୍ରବାର ଦିନ ୧୧.୩୫ସମୟରେ ଛାତ୍ର ଜଣଙ୍କ ଏକାକୀ କଲେଜରେ ଥିବା ବେଳେ ତାଙ୍କ ପିଠିରେ କଲେଜ ବ୍ୟାଗ ରହିଥିଲା । ଏହି ସମୟରେ କଲେଜ ନିର୍ବାଚନ ବେଳର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିର୍ଦ୍ଧିଷ୍ଟ ଛାତ୍ରଗୋÂୀ ତାଙ୍କୁ ମାରାପିଟା କରିବା ସହ କଲେଜ ପରିସରରେ ରହିଥିବା ପୋଖରୀରେ ବୁଡାଇ ହତ୍ୟା ଉଦ୍ୟମ କରିଥିଲେ । ଏଥିନେଇ ୧୧ସେକେଣ୍ଡର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ପରେ ଘଟଣା କଲେଜ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚିଥିଲା । ମାତ୍ର ଘଟଣାକୁୁ ସେ ହାଲକା ଭାବରେ ନେବା ସହ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । ଭୁଲ ମଗାଇ ଦୋଷୀକୁ ଛାଡିଦେଇଥିଲେ । ଏଥିରେ କିନ୍ତୁ ନିର୍ଯାତନାର ଶିକାର ହୋଇଥିବା ଛାତ୍ରଙ୍କ ମନ ବୁଝିନଥିଲା । ଫଳରେ ଶନିବାର ସମର୍ଥକଙ୍କ ସହ ଆସି ଶନିବାର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ ସହ ଫେରାଦ ହୋଇଛନ୍ତି ।

ଜିଲ୍ଲ୍ାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରିଛନ୍ତି । ତହସିଲଦାର ଏବଂ ପୁଲିସ ଏହି ଘଟଣାର ତଦନ୍ତ କରିବା ପରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଥିଲେ । ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଅଭିଭାବକମାନେ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ପ୍ରଶ୍ନ ଉଠୁଛି ଗୋÂୀ ସଂଘର୍ଷରୁ ହତ୍ୟା ଉଦ୍ୟମ ପର୍ଯ୍ୟନ୍ତ କଥା ପହଞ୍ଚିଥିବା ବେଳେ ଅଧ୍ୟକ୍ଷ ଏହାକୁ ଏତେ ହାଲକା ଭାବରେ ଗ୍ରହଣ କଲେ କାହିଁକି ? ଅଭଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟନୁÂାନ ଗ୍ରହଣ କରିବା ପରିବର୍ତ୍ତେ ଅପୋଷ ବୁଝାମଣା କଲେ କାହିଁକି ? ତେବେ ଘଟଣାର ଉଚିତ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁÂାନ ପାଇଁ ଦାବି ହେଉଛି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦେବା ଅବସରରେ ଜ୍ୟୋତିପ୍ରକାଶ ପଣ୍ଡା, ସବ୍ୟସାଚୀ ବେହେରା, ବାବୁରାମ ମଣ୍ଡଳ, ବ୍ୟାସଦେବ ବେହେରା, ସୁବାସ ଚନ୍ଦ୍ର ମଲ୍ଲିକ, ଲକ୍ଷ୍ମୀନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons