ରାଉରକେଲା,(ବି.ବି.ନୁ୍ୟଜ୍): ଛେଣ୍ଡ ଥାନା ଅନ୍ତର୍ଗତ ଆରଡ଼ିଏ କଲୋନୀସ୍ଥିତ ହନୁମାନ ମନ୍ଦିର ନିକଟରେ କିଛି ଯୁବକ ପ୍ରଚୁର ନିଶାରେ ଟଳମଳ ହୋଇ ହାତରେ ଦେଶୀ ପିସ୍ତଲ ଧରି ବିଚ୍ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଧମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଗ୍ୟାଙ୍ଗ୍ର ଆଉ ଜଣେ ସେଠାରୁ ଚମ୍ପଟ ମାରିଛି । ଗିରଫ ଦୁଇ ଯୁବକଙ୍କ ପାଖରୁ ପୁଲିସ୍ ଗୋଟିଏ ଦେଶୀ ପିସ୍ତଲ ଓ ଦୁଇଟି ଅଫୁଟା ଗୁଳି ଜବତ କରିଥିଲା । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛେଣ୍ଡ ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳର ଅଭିଯୁକ୍ତ ସନ୍ତୋଷ ପାତ୍ର ଓରଫ ଡବ୍ଲୁ୍ୟ ଓ ଶାନ୍ତିନଗରର ବିକାଶ ସେଠୀ ଓରଫ ବାବୁ ।


Comments are closed, but trackbacks and pingbacks are open.