ବଳଭଦ୍ରପୁରରେ ମର୍ଡର

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ପୁଅକୁ ପଥର କଚାଡ଼ି ହତ୍ୟା କରିଛି ବାପା । ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ମଲଦା ପଞ୍ଚାୟତର ବଳଭଦ୍ରପୁର ଗାଁରେ । ଟ୍ରାନ୍ସପୋର୍ଟିଂ ପଇସା ଭାଗ ବଣ୍ଟାକୁ ନେଇ ଏଭଳି କାଣ୍ଡ ଘଟିଥିବାବେଳେ ହତ୍ୟାକାରୀ ବାପା ନାରାୟଣ ମହାନ୍ତ (୫୦)କୁ ସହଯୋଗ କରିଛି ୨ୟ ସ୍ତ୍ରୀର ନାବାଳକ(୧୭ ବର୍ଷ) ପୁଅ । ମୃତକ ଜଣକ ହେଉଛନ୍ତି ନାରାୟଣଙ୍କ ୩ୟ ସ୍ତ୍ରୀର ପୁଅ ପିତାମ୍ବର ମହାନ୍ତ ( ୧୮) । ହତ୍ୟା ପରେ ନାରାୟଣ ଓ ନାବାଳକ ପୁଅ ଫେରାର ଅଛନ୍ତି ।
ସୂଚନାମୁତାବକ, ଶ୍ରୀମେଟାଲିକ ଏବଂ ଆରଡେଣ୍ଟ ଷ୍ଟିଲ୍ରୁ ସ୍ଥାନୀୟ ଲୋକମାନେ ଟ୍ରାନ୍ସପୋର୍ଟିଂ ବାବଦକୁ କିଛି କିଛି ପଇସା କମିଟି ମାଧ୍ୟମରେ ପାଇଥାନ୍ତି । ଆଜି ଏ ସମ୍ବନ୍ଧରେ ଗାଁରେ ଏକ ବୈଠକ ବସିଥିଲା । ବୈଠକରୁ ଫେରିବା ପରେ ଅପରାହ୍ନ ୩ ଟା ପାଖାପାଖି ଟଙ୍କା ବଣ୍ଟାକୁ ନେଇ ନାରାୟଣ ମହାନ୍ତଙ୍କ ପରିବାରରେ କଳି ଝଗଡା ଆରମ୍ଭ ହୋଇଥିଲା । ନାରାୟଣଙ୍କ ୩ ଟି ସ୍ତ୍ରୀ ହୋଇଥିବାରୁ ଟଙ୍କା କିଏ ନେବ ଏହାକୁ ନେଇ ନାରାୟଣ ମହାନ୍ତ , ୧ମ ସ୍ତ୍ରୀ ମାଳତୀ ମହାନ୍ତ ଏବଂ ୨ୟ ସ୍ତ୍ରୀର ପୁଅ ଗୌତମ ମହାନ୍ତ ମିଶି ୩ୟ ସ୍ତ୍ରୀ ହୀରାମଣୀ ମହାନ୍ତଙ୍କ ସାନ ପୁଅ ପିତାମ୍ବର ମହାନ୍ତଙ୍କ ସହିତ ଝଗଡା କରିଥିଲେ ।
ତୁ ୫ ବର୍ଷ ହେଲାଣି ଟ୍ରାନ୍ସପୋର୍ଟିଂ ପଇସା ଖାଉଛୁ, ଏଥର ଆମେ ନେବୁ ବୋଲି ନାରାୟଣ, ପିତାମ୍ବରଙ୍କ ସହ ପାଟି ତୁଣ୍ଡ କରୁଥିଲେ । ଏଥିରେ ରାଗି ପିତାମ୍ବର କହିଥିଲା ଯେ, ଗୁଣି ଗାରେଡି ସନେ୍ଦହ କରି ମୋ ମା’କୁ ଘରୁ ତଡିଲ, ଜମିବାଡି ସବୁ ଖାଇଲ, ମୁଁ କଣ ପାଇଁ ଟ୍ରାନ୍ସପୋର୍ଟିଂ ପଇସା ତମମାନଙ୍କୁ ଦେବି ।’ ଏହା ପରେ ସେମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ନାରାୟଣ ଓ ପିତାମ୍ବର ମଧ୍ୟରେ ବଚସା ଚାଲିଥିବାବେଳ ୨ୟ ସ୍ତ୍ରୀର ନାବାଳକ ପୁଅ ପିତାମ୍ବରକୁ ଧକ୍କା ମାରି ତଳେ ପକାଇବା ସହ ବାଡେଇଥିଲେ । ଏହି ସମୟରେ ତଳେ ପଡିଥିବା ଏକ ପଥର ଉଠାଇ ନାରାୟଣ ପିତାମ୍ବର ମୁଣ୍ଡରେ କଚାଡି ଦେଇଥିଲେ । ଆଘାତ ପ୍ରାପ୍ତ ହୋଇଥିଲେ ମଧ୍ୟ ପିତାମ୍ବର ତଳୁ ଉଠିବାକୁ ପ୍ରୟାସ କରୁଥିବାବେଳେ ନାରାୟଣଙ୍କ ହାତରୁ ପଥର ଛଡାଇ ନାବାଳକ ପୁଅ ପୁଣି ଥରେ ପିତାମ୍ବରଙ୍କ ମୁଣ୍ଡରେ ପଥରକୁ କଚାଡି ଦେଇଥିଲା ।
ଏହା ପରେ ନାରାୟଣ ଅମାନୁଷିକ ଭାବେ ପିତାମ୍ବରଙ୍କ ମୁଣ୍ଡ ଉପରେ ୩/୪ ଥର ପଥର କଚାଡି ଦେଇଥିଲେ । ଫଳରେ ମୁଣ୍ଡ ଫାଟି ଘଟଣାସ୍ଥଳରେ ପିତାମ୍ବରଙ୍କ ମୃତୁ୍ୟ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇ ବାମେବାରୀ ଥାନା ଏସଆଇ ପରେଶ ମହାନ୍ତି ସଦଳବଳେ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ତେବେ ପିତାମ୍ବରଙ୍କୁ ହତ୍ୟା କରିବା ପରେ ନାରାୟଣ ଏବଂ ନାବାଳକ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି । ମୃତ ଦେହ ଘଟଣାସ୍ଥଳରେ ପଡି ରହିଛି । ଆସନ୍ତାକାଲି ସାଇଣ୍ଟିଫିକ ଟିମ ଏବଂ ଡଗ ସ୍କ୍ୱାର୍ଡ ପହଞ୍ଚôଲା ପରେ ମୃତ ଦେହ ବ୍ୟବଛେଦ ପାଇଁ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons