ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ଜୋନରେ ରହିଥିବା ବିପଦସଙ୍କୁଳ ବଡ଼ଆଖଡ଼ା ମଠର କୋଠା ଆସନ୍ତାକାଲି ଉଚ୍ଛେଦ ହେବ । ରବିବାର ଓ ଗଣେଶ ପୂଜା ପାଇଁ ଉଚ୍ଛେଦ ଅଭିଯାନ ଦୁଇ ଦିନ ବନ୍ଦ ରହିଥିଲା । ଆସନ୍ତାକାଲି ଠାରୁ ପୁଣି ଭଙ୍ଗା ଆରମ୍ଭ ହେବ । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଲଙ୍ଗୁଳି ମଠ ଉଚ୍ଛେଦ ସରିଛି । ତା ପରେ ଏମାର ମଠ ଉଚ୍ଛେଦ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ପରେ ବଡ଼ଆଖଡ଼ା ମଠକୁ ପ୍ରଶାସନ ଉଚ୍ଛେଦ କରିବାକୁ ପ୍ରସ୍ତୁତି ସାରିଛି । ଆଉ କିଛି ଘଣ୍ଟା ପରେ ଏହି ବିପଦସଙ୍କୁଳ ମଠରେ ବୁଲ୍ଡୋଜର୍ ଲାଗିବ । ଧରାଶାୟୀ ହେବ ୫୨୧ ବର୍ଷର ପ୍ରାଚୀନ ବଡ଼ଆଖଡ଼ା ମଠ ।
ଶ୍ରୀମନ୍ଦିର ଦୋଳବେଦି କୋଣ ଓ ରଥ ଚକଡ଼ା ମଧ୍ୟରେ ଅବସ୍ଥିତ ବଡ଼ ଆଖଡ଼ା ମଠର ମୂଳ ନାମ ହେଉଛି ‘ପଞ୍ଚ ରାମାନନ୍ଦୀ ଦିଗମ୍ବରୀ ଆଖଡ଼ା’ । ମଠର ପ୍ରତିÂାତା ହେଉଛନ୍ତି ସ୍ୱାମୀ ରାମାନନ୍ଦ ଆଚାର୍ଯ୍ୟ । କୁମ୍ଭମେଳାରେ ଅନୁÂିତ ୧୮ ନାଗା ଆଖଡ଼ା ଏହି ମଠର ମହନ୍ତଙ୍କୁ ନିଯୁକ୍ତି ଦେଇଥାନ୍ତି । ଏହି ଆଖଡ଼ା ପରିଷଦ ଦ୍ୱାରା ନିଯୁକ୍ତ ମହନ୍ତଙ୍କ ଇଚ୍ଛାପତ୍ର ମୁତାବକ ବର୍ତ୍ତମାନର ମହନ୍ତ ଗାଦିରେ ଅଧିÂିତ ଅଛନ୍ତି ଶ୍ରୀମହନ୍ତ ହରି ନାରାୟଣ ଦାସ । ମହନ୍ତଙ୍କ ସ୍ୱର୍ଗାରୋହଣ ପରେ ଗଙ୍ଗା ନଦୀରେ ଦେହାବଶେଷକୁ ଜଳ ପ୍ରଭା ଜରିଆରେ ଜଳସମାଧି କିମ୍ବା ଅଗ୍ନି ସମାଧି କରିବାର ପରମ୍ପରା ରହିଛି । ମଠର ମହନ୍ତମାନେ ବୈରାଗୀ ସାଧୁ ରୂପେ ପରିଚିତ ।
ଏହି ମଠ ପରିସରରେ ରହିଛି ପ୍ରତିÂାତା ସ୍ୱାମୀ ରାମାନନ୍ଦ ଆଚାର୍ଯ୍ୟଙ୍କ ପୂର୍ଣ୍ଣାବୟବ ଧାତବ ମୂର୍ତ୍ତି । ତା ସହ ମଠର ମୁଖ୍ୟ ମନ୍ଦିରରେ ବିଜେ କରିଛନ୍ତି ଶ୍ରୀରାମ ଲକ୍ଷ୍ମଣ ସୀତା, ନାଗା ଆଖଡ଼ାର ମୁଖ୍ୟ ଦେବତା ଶ୍ରୀହନୁମାନ, ଶ୍ରୀଜଗନ୍ନାଥ, ଶାଳଗ୍ରାମ, ଚାରିଧାମ ଠାକୁର ପ୍ରତିନିଧି । ଏହା ବ୍ୟତୀତ ନାଗା ଆଖଡ଼ାର ଆରାଧ୍ୟ ଦେବତା ସଙ୍କଟମୋଚନ ବୀର ହନୁମାନଙ୍କ ମନ୍ଦିର ମଠର ଅନ୍ୟତମ ମୁଖ୍ୟ ମନ୍ଦିର । ପୂର୍ବରୁ ଭକ୍ତଙ୍କ ଦାନ ଦକ୍ଷିଣାରେ ମଠ ଚଳୁଥିଲା । ମଠର ଜମି ଉପାର୍ଜନ ଆସୁଥିଲା । ଜମିଦାରୀ ଉଚ୍ଛେଦ ପରେ ଜମିଯାଇଛି । ଅଦାଲତ ଆଦେଶ ପରେ ମଠ ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଲିକାନାକୁ ଚାଲିଯାଇଛି ।
ବଡ଼ଆଖଡ଼ା ମଠର ମହନ୍ତ ଶ୍ରୀମହନ୍ତ ହରି ନାରାୟଣ ଦାସ କହନ୍ତି ମଠ ପରିଚାଳନା ପାଇଁ ଦୋକାନ ଘର ନିର୍ମାଣ ହୋଇଥିଲା । ମଠ ସାମ୍ନାରେ ୩୦ ଦୋକାନ ଏବଂ ପଛରେ ୭ଟି ଦୋକାନ ନିର୍ମିତ ହୋଇଥିଲା । ଦୋକାନ ଭଡ଼ା ଉପାର୍ଜନରୁ ମଠ ଚାଲିଥିଲା । ମଠ ସାମନାରେ ବର୍ତ୍ତମାନ ଦିଆଯାଇଥିବା ଦୋକାନଗୁଡିକ ପୂର୍ବରୁ ପୁରୀ ପରିଦର୍ଶନ କରୁଥିବା ନାଗା ବାବାମାନଙ୍କ ଆସ୍ଥାନ ଥିଲା । ଏହା ବ୍ୟତୀତ ସିଂହଦ୍ୱାର ପୁଲିସ ଥାନା ପାଇଁ ମଠ ଘରକୁ ଭଡ଼ା ଦିଆଯାଇଥିଲା । ଦୁଇ ମହଲା ବିଶିଷ୍ଟ ମଠରେ ମୋଟ ୮୫ଟି ପ୍ରକୋÂ ରହିଛି । ଅଗଣା ଛାଡ଼ି ମଠ ଛାତର ଇଲାକା ହେଉଛି ୧୮ ହଜାର ବର୍ଗଫୁଟ । ଏହି ମଠ ଆସନ୍ତାକାଲି ନ ଥିବ ବୋଲି ମହନ୍ତ କ୍ଷୋଭର ସହ କହିଛନ୍ତି ।
ଉଚ୍ଛେଦ ବେଳେ ମଠର ଦୁଇଟି ମନ୍ଦିର, ମହନ୍ତ ଓ ପ୍ରତିÂାତାଙ୍କ ଗାଦିକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ମଠ ଗାଦି ସୁରକ୍ଷା ନେଇ ପ୍ରଶାସନର ଘୋଷଣା ସମ୍ପର୍କରେ ମହନ୍ତ କହିଛନ୍ତି ମଠ ପରିଚାଳନାରେ ଦକ୍ଷତା ଏବଂ ଅଭିଜ୍ଞତା ନ ଥିଲେ ମଠ ଗାଦି ସୁରକ୍ଷା ଏବଂ ମଠ ପରମ୍ପରା ସୁରକ୍ଷା ପ୍ରତିଶ୍ରୁତିର କିଛି ମାନେ ନାହିଁ । ମଠରେ ଏକାଧିକ ପୂଜକ ଅଛନ୍ତି । ମଠ ପରିସରରେ ନିରନ୍ତର ରାମନାମ ଚାଲିଛି । ବଡ଼ଆଖଡ଼ା ମଠରେ ଶ୍ରଦ୍ଧାଳୁଙ୍କ ପାଇଁ ଦିନ ରାତି ରୋଷେଇ ହେଉଛି । ଏଥିପାଇଁ ଦୁଇ ଜଣ ରୋଷେୟା ଅଛନ୍ତି । ମଠ ପରିମଳ ସେବାରେ ନିୟୋଜିତ ଅଛନ୍ତି ଚାରି ଜଣ କର୍ମଚାରୀ । ସେହଭଳି ମଠର ଦୈନନ୍ଦିନ କାମ, ରେସନ ଖରିଦ ଆଦି କରିବାକୁ ତିନିରୁ ଅଧିକ ଅଭିଜ୍ଞ ଲୋକ ନିୟୋଜିତ ଅଛନ୍ତି । ମହନ୍ତଙ୍କ ପାଇଁ ଭାବେ ଜଣେ ସହକାରୀ ଜରୁରି । ମଠ ଗାଦି ପାଖରେ ପାଇଖାନା, ଗାଧୁଆ ଘର ଦରକାର । ସେହିଭଳି ମଠରେ ରହୁଥିବା ସାଧୁସନ୍ଥଙ୍କ ସେବା ପାଇଁ ସେବକ ରହିଛନ୍ତି । ଏହି ସବୁ ବ୍ୟବସ୍ଥା ନ ହେଲେ ମଠ ଗାଦି ଓ ସଂସ୍କୃତିର ସୁରକ୍ଷା ହେବ ନାହିଁ ବୋଲି ମହନ୍ତ କହିଛନ୍ତି ।
ଇତିମଧ୍ୟରେ ଆସନ୍ତା କାଲିର ମଠ ଉଚ୍ଛେଦ ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରିଛି । ମଠର ସବୁ ଦୋକାନ ଖାଲି କରି ଦିଆଯାଇଛି । ମହନ୍ତ ଏବଂ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଜଗନ୍ନାଥ ବଲ୍ଲଭ ଦ୍ୱିତୀୟ ମହଲାରେ ବିକଳ୍ପ ଆବାସ ପ୍ରସ୍ତାବ ଦିଆଯାଇଛି । ତେବେ ମହନ୍ତ ଏହି ପ୍ରସ୍ତାବ ଉପରେ ଆଜି ରାତି ସୁଦ୍ଧା ସହମତି ଦେଇ ନ ଥିବା ଖବର ମିଳିଛି । ମଠ ଭାଙ୍ଗିବା ପାଇଁ ୧୨ଟି ବୁଲ୍ଡୋଜର ସହ ପୁଲିସ ବଳ ପ୍ରସ୍ତୁତ ହୋଇ ରହିଛନ୍ତି ।
Comments are closed, but trackbacks and pingbacks are open.