ଭାରତ ମସଲାର ପ୍ରତିଭା ସମ୍ମାନ ସମାରୋହ :ଯୁବପିଢ଼ି ଶିଳ୍ପକୁ ଗୁରୁତ୍ୱ ଦେବା ଦରକାର: କେନ୍ଦ୍ରମନ୍ତ୍ରୀ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ହଜାରେ ଟଙ୍କାରେ ଆରମ୍ଭ ହୋଉଥିବା ଏକ ଛୋଟିଆ ଶିଳ୍ପ ଆଜି ପ୍ରାୟ ହଜାରେ କୋଟିର ବିରାଟ ଶିଳ୍ପରେ ପରିଣତ ହୋଇଛି । ଶିଳ୍ପ କରିବାର ଆଗ୍ରହ ହିଁ ଭାରତ ମସଲାକୁ ଏଭଳି ସଫଳତା ଦେଇଛି । ଆଜି କେବଳ ଓଡ଼ିଶାର ଲୋକମାନେ ଭାରତ ମସଲାକୁ ଗ୍ରହଣ କରିନାହାନ୍ତି ବରଂ ବାହାର ରାଜ୍ୟରେ ମଧ୍ୟ ଏହା ଆଦୃତ ହେବାରେ ଲାଗିଛି । ଏକ ଛୋଟ ଶିଳ୍ପକୁ କିଭଳି ବୃହତ ସଫଳତା ମିଳିପାରିବ ତାହା ଆଜିର ଯୁବପିଢି ଭାରତ ମସଲାର ପ୍ରତିÂାତାଙ୍କଠାରୁ ଶିଖିବା ଉଚିତ ବୋଲିି ଜୟଭାରତ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ୨୦ତମ ଭାରତ ପ୍ରତିଭା ସମ୍ମାନ-୨୦୧୯ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରକାଶ କରିଛନ୍ତି ।
କଟକ ଜିଲ୍ଲା ବାରଙ୍ଗ ଅନ୍ତର୍ଗତ ରାମଦାସପୁରରେ ଭାରତ ମସଲା କମ୍ପାନୀ ପରିସରରେ ପ୍ରଥମ ଥର ପାଇଁ ଅନୁÂିତ ହୋଇଥିବା ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର ରାଜ୍ୟର ଯୁବ ପିଢ଼ି ଶିଳ୍ପକୁ ଗୁରୁତ୍ୱ ଦେବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି । ଯୁବ ପିଢ଼ି ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାକୁ ହେଲେ ସଫଳ ଶିଳ୍ପପତିଙ୍କଠାରୁ ଶିଖିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । ଭାରତ ମସଲାର ପରିଚାଳନା ନିଦେ୍ର୍ଧଶକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ରାଜ୍ୟ ପଞ୍ଚାୟତରାଜ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କମ୍ପାନିର ଉଦ୍ୟମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ଜିଏସ୍ଟି ଆଣ୍ଡ କଷ୍ଟମର ପୂର୍ବତନ ବୋର୍ଡ ସଦସ୍ୟ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପୂଜ୍ୟପୂଜାର ଏହି ଭବ୍ୟ ସମାରୋହକୁ ପ୍ରଶଂସା କରିଥିଲେ ।
ସମାରୋହରେ ପାଣିପାଗ ବିଶେଷଜ୍ଞ ତଥା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ରଙ୍କୁ ଫାଉଣ୍ଡେସନ ପକ୍ଷରୁ ସର୍ବୋଚ୍ଚ ସମ୍ମାନ ‘ଭାରତ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସେହିଭଳି ବିଶିଷ୍ଟ ଲେଖକ ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ “କଥା ଭାରତ ସମ୍ମାନ’ ଏବଂ ସାଂସଦ ପ୍ରମିଳା ବିଶୋଇଙ୍କୁ “ସେବା ଭାରତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସେହିପରି ଓଡିଶାରୁ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ସୁନାମଧନ୍ୟା ମହିଳା କ୍ରିକେଟ ଖେଳାଳୀ ମାଧୁରୀ ମହେ;ାଙ୍କୁ “କ୍ରୀଡା ଭାରତ ସମ୍ମାନ’, ଓଲିଉଡ୍ ଷ୍ଟାର ଆକାଶ ଦାସ ନାୟକଙ୍କୁ “ସଂସ୍କୃତି ଭାରତ ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ଉତ୍ସବ ଅବସରରେ ଯୁକ୍ତ ଦୁଇ କଳାରେ ସର୍ବୋଚ୍ଚ ନମ୍ୱର ରଖଥିବା କୋରାପୁଟ ଜିଲ୍ଲା ଜୟପୁର ବିକ୍ରମ ଦେବ କଲେଜର ଛାତ୍ର ଅଜୟ ପାତ୍ର, ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ବାଲେଶ୍ୱର ଏଫ୍ଏମ କଲେଜର ଛାତ୍ର ପ୍ରୀତିଶ ବେହେରା ଓ ବାଣିଜ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବା ରାଉରକେଲା ସରକାରୀ ଜୁନିୟର କଲେଜର ଶୁଭମ ଶର୍ମାଙ୍କୁ ‘ବିଦ୍ୟା ଭାରତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ନିଜ ବକ୍ତବ୍ୟରେ ଅନୁÂାର ସଫଳତାର ଶ୍ରେୟ ଗ୍ରାହକ ଓ ଅଧିକୃତ ବିକ୍ରେତାଙ୍କୁ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜେନେରାଲ୍ ମ୍ୟାନେଜର ଅରୁଣ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଫାଉଣ୍ଡେସନର ଟ୍ରଷ୍ଟି ପ୍ରଫୁଲ କୁମାର ସିଂ, ଡାଇରେକ୍ଟର ଦିଗନ୍ତ କୁମାର ପଣ୍ଡା, ସୁମନ୍ତ କୁମାର ପଣ୍ଡା, ଜେନେରାଲ ମ୍ୟାନେଜର (ଫାଇନାନ୍ସ) ଅଶ୍ୱିନୀ କୁମାର ଦାସଙ୍କ ସହ ଲୋକସମ୍ପର୍କ ଅଧିକାରୀ ସୁଲଗ୍ନା ବାରିକ, ଏଚ୍ଆର୍ ଜୟସ୍ମିତା ଧାଣ୍ଡି, ଅନ୍ୟାନ୍ୟ କର୍ମଚାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons