ଫୁଲବାଣୀ,(ବି.ବି.ନୁ୍ୟଜ୍): କନ୍ଧମାଳରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସାଡିଙ୍ଗିଆ ଓ ପାଙ୍ଗା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଲାଗିଛି ଏହି ମାଓ ପୋଷ୍ଟର । କେକେବିଏନ୍ (କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼) ଡିଭିଜନର ପ୍ରାଚୀର ପତ୍ରିକା ବିପ୍ଲବୀ ଡେଙ୍ଗୁରା ନାମରେ ଏହି ପୋଷ୍ଟର ଲଗାଯାଇଛି । ଏଥିରେ ସରକାର ଚାଷୀମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରାଯିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କନ୍ଧମାଳରେ ଆହୁରି ୪ଟି ସିଆର୍ପିଏଫ୍ କ୍ୟାମ୍ପ୍ ସ୍ଥାପନକୁ ବିରୋଧ କରାଯାଇଛି ।
ପୋଷ୍ଟରରେ ଲେଖା ରହିଛି ଯେ ଶିଳ୍ପାୟନ ପ୍ରତିÂା ନାମରେ ଜଙ୍ଗଲ କଟା ଯାଇ ରାସ୍ତା ନିର୍ମାଣ କରାଯାଉଛି । ଏହାର ପ୍ରଭାବରେ ପରିବେଶ ପ୍ରଦୂଷିତ ହେଉଛି । ଏଥିସହ ଚାଷୀମାନେ କ୍ଷତି ସହୁଛନ୍ତି । ଜିଲ୍ଲାରେ ମିସନ ୧୭୧ ନାମରେ ବର୍ଷକୁ ୧ କୋଟି ୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରଶାସନ ଦର୍ଶାଉଛନ୍ତି । ହେଲେ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟର ସଶସ୍ତ୍ରବଳ ମିଶି ୩ ହଜାରରୁ ଅଧିକ ଥିବା ସ୍ଥଳେ ଆହୁରି ୪ଟି ସିଆର୍ପିଏଫ୍ କ୍ୟାମ୍ପ୍ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ମାସକୁ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହାକୁ କନ୍ଧମାଳବାସୀଙ୍କ ପାଇଁ ଖର୍ଚ୍ଚ କରିଥିଲେ ଜିଲ୍ଲାରେ ଗରିବ ରହିବେ ନାହିଁ । ସିଆର୍ପିଏଫ୍ କ୍ୟାମ୍ପ୍ ସ୍ଥାପନକୁ ବିରୋଧ କରିବାକୁ ଆହ୍ୱାନ କରାଯାଇଛି । ଏଥିସହ ଗଣମାଧ୍ୟମକୁ ମଧ୍ୟ ଏହି ପୋଷ୍ଟରରେ ସମାଲୋଚନା କରାଯାଇଛି । ଜିଲ୍ଲାରେ ୩୧୯ ଗ୍ରାମକୁ ରାସ୍ତା ନଥିବା ଲେଖୁଥିବା ବେଳେ ସ୍ୱାଧୀନତାର ୭୩ ବର୍ଷ ପରେ ଆଜି ମନେ ପଡିଲାକି ବୋଲି କହିବା ସହ ଆଜି ପର୍ଯ୍ୟନ୍ତ ଗଣମାଧ୍ୟମ କେଉଁଠି ଶୋଇଥିଲା ବୋଲି ପ୍ରଶ୍ନ କରାଯାଇଛି । ଲୋକଙ୍କୁ ଗଞ୍ଜେଇ ଗଛ ଲଗାଇବାରେ ନିଜକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ ଦିଆଯାଇଛି । ଗୋଟିଏ ଗଞ୍ଜେଇ ଗଛ ଲଗାଇଲେ ଯଦି ୨୦ ବର୍ଷ ଜେଲ ତେବେ ମଦ ବିକିଲେ କେତେ ବର୍ଷ ଜେଲ ତାହା ପୁଲିସକୁ ପ୍ରଶ୍ନ କରନ୍ତୁ ବୋଲି କୁହାଯାଇଛି । ମେଙ୍ଗୁନିପଦର ସରପଞ୍ଚ ସୁବଳ କହଁର ଓ ନ୍ୟାୟ ସରପଞ୍ଚ ସୁଶାନ୍ତ ଦିଗାଲଙ୍କୁ ସେମାନଙ୍କ ପଦବିରୁ ବହିଷ୍କାର, ମାଓବାଦୀଙ୍କ ବାହାନା ଦେଖାଇ ନିଜ ଦାୟିତ୍ୱ ତୁଲାଉ ନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ, ବାରାହଲାରେ ଆଶିକ ଦିଗାଲ ଓ ସଂଯୁକ୍ତା ଦିଗାଲଙ୍କ ମୃତୁ୍ୟ ଘଟଣାରେ ଜଡିତ କହି ପୁଲିସ ଓ ଦଲାଲ ମାନେ ବାପାପୁଅଙ୍କୁ ଫସାଇ ଦିଆଯାଇଛି, ସିଆର୍ପିଏଫ କ୍ୟାମ୍ପ ସ୍ଥାପନ ବଦଳରେ ଜିଲ୍ଲାରେ ଖାଲିଥିବା ଅଧ୍ୟାପକ ଓ ଶିକ୍ଷକ ପଦବି ପୂରଣ କରିବା ଓ ଅପହଞ୍ଚ ଇଲାକାରେ କମ୍ବିଂ ଅପରେସନ ବନ୍ଦ କରି ମେଡିକାଲ କ୍ୟାମ୍ପ କରିବାକୁ ମାଓ ପୋଷ୍ଟରରେ ଦାବି କରାଯାଇଛି । ମାଓ ପୋଷ୍ଟର ମିଳିବା ନେଇ ପୁଲିସ ଅବଗତ ଥିବା ଥାନାଧିକାରୀ ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.