ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ଗଣେଶ ପୂଜା ପାଇଁ ଦିଗପହଣ୍ଡି ସହର ସମେତ ସମସ୍ତ ଗାଁ ଚଳଚଞ୍ଚଳ ହୋଇଛି । ଶହ ଶହ ଛୋଟବଡ଼ ମେଢ଼ରେ ପୂଜା ପାଉଛନ୍ତି ଗଜାନନ । ସ୍ୱତନ୍ତ୍ର ଓ ସୁନ୍ଦର ମେଢ଼ ନେଇ ପ୍ରତିଯେଗିତା । ଡିଜେ ସାଉଣ୍ଡରେ ଗାଁ କୋଳାହଳ ହୋଇ ଉଠିଛି । ମେଢ଼ରେ ବିଭିନ୍ନ ପ୍ରକାର ଆଲୋକମାଳା ସୁସଜ୍ଜିତ । ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମର ବଡ଼ ବନ୍ଧ ଭିତରେ ନିଆରା ଢଙ୍ଗରେ ଗଣେଶ ମେଢ଼ ପ୍ରସ୍ତୁତ ହୋଇଛି । ପୋଖରୀରେ ୧୨ରୁ ୧୫ ଫୁଟ ପାଣି ଅଛି । ତୁଠଠାରୁ ପ୍ରାୟ ୧୫୦ ମିଟର ଦୂର ପର୍ଯ୍ୟନ୍ତ ବାଉଁଶ ପୋଲ ନିର୍ମାଣ କରି ମେଢ ପର୍ଯ୍ୟନ୍ତ ଲମ୍ବିଛି । ପୋଖରୀ ମଝିରେ ଗଣେଶଙ୍କୁ ସ୍ଥାପନ କରିଛନ୍ତି । ଏହି ପୂଜା ଦେଖିବା ପାଇଁ ଅନେକ ଶିଶୁ ସେଠାକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କୌଣସି କାରଣ ବଶତଃ ବାଉଁଶ ପୋଲ ଭାଙ୍ଗିଗଲେ ଅଘଟଣ ଘଟିବା ଆଶଙ୍କା ପ୍ରକାଶ ପାଇଛି । ଆଜି ସନ୍ଧ୍ୟାରେ ଗଣେଶଙ୍କ ପୂଜାର୍ଚ୍ଚନା ହେବ । ବଜାର ସାହିର ପୂଜା ମଣ୍ଡପରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଆସନ୍ତା ୮ରେ କାର୍ଯ୍ୟକ୍ରମ ପରିବେଷଣ କରିବେ । ଅଞ୍ଚଳ କଲୋନିରେ ୯ରେ କରପଡା ଗ୍ରାମର ମେଲୋଡ଼ି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହେବ । ସେହିପରି ଭୀଷ୍ମଗିରି, ଫାସିଗୁଡା, ପଦ୍ମନାଭପୁର, ଡୁମୁଳା, ଜକର, ଦେଓଖାଳି ଛକ, ସିଦେ୍ଧଶ୍ୱର ସମେତ ଦିଗପହଣ୍ଡି ସହର ଚଳଚଞ୍ଚଳ ହୋଇଛି ।
Comments are closed, but trackbacks and pingbacks are open.