ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଥିବା ବଡ଼ଆଖଡ଼ା ମଠ ଉଚ୍ଛେଦ ସ୍ଥଗିତ ରହିଛି । ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ସବୁ ଅଂଶୀଦାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ମଠ ଉଚ୍ଛେଦ ଆରମ୍ଭ ହେବ । ତେବେ ମେଘନାଦ ପାଚେରି ଠାରୁ ୭୫ ମିଟର ସୁରକ୍ଷା ଜୋନ୍ରେ ଆସୁଥିବା ସବୁ ବିପଦସଙ୍କୁଳ କୋଠା ଓ ବେଆଇନ ନିର୍ମାଣଗୁଡ଼ିକ ନିଶ୍ଚିନ୍ତ ଭଙ୍ଗାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ, ମଠ ମହନ୍ତଙ୍କ ଉଦ୍ବେଗ ପ୍ରଶାସନ ଶୁଣୁଛି । ଆଲୋଚନା ପରେ ପୁଣି ଉଚ୍ଛେଦ କାର୍ଯ୍ୟ ଆଗେଇବ । ଏହା ପୂର୍ବରୁ ମଠ ଏବଂ ବ୍ୟବସାୟିକ ଅନୁÂାନ ସହ ପ୍ରଶାସନ ସିଧା ଆଲୋଚନା କରିବ । ଏକତରଫା ନୁହେଁ, ବରଂ ବୁଝାମଣା ଏବଂ ସହମତିରେ ଉଚ୍ଛେଦ ପ୍ରକି୍ରୟା ତ୍ୱରାନ୍ୱିତ କରାଯିବ । ମଠ ସଂସ୍କୃତି, ପରମ୍ପରା ଓ ସେବାପୂଜାର ପୀଠକୁ ସମ୍ପୂର୍ଣ୍ଣ ଭଙ୍ଗାଯିବ ନାହିଁ । ଏହାର ରକ୍ଷଣାବେକ୍ଷଣ କରାଯିବ ।
ଆଜି ବଡ଼ଆଖଡ଼ା ମଠ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଥିଲା । ସେହି ଅନୁଯାୟୀ ମଠରୁ ସବୁ ଦୋକାନ ଘର ଖାଲି କରାଯାଇଥିଲା । ମଠ ପରିସରରେ ଥିବା କୋଠା ନିର୍ମାଣ ସାମଗ୍ରୀଗୁଡିକୁ ବାହାର କରି ନିଆଯାଇଥିଲା । ପୂର୍ବାହ୍ନରୁ ମଠ ଚାରି ପାଖରେ ପୁଲିସ ଅସ୍ଥାୟୀ ଲୁହା ବ୍ୟାରିକେଡ୍ କରିବା ସହ ଦୋଳବେଦି କୋଣ ରାସ୍ତାକୁ ଛାଡ଼ି ଅନ୍ୟ ତିନି ପାଖକୁ ଘେରାବନ୍ଦୀ କରିଥିଲା । ସକାଳେ ମଠକୁ ବିଦୁ୍ୟତ ସଂଯୋଗ ବି କାଟି ଦିଆଯାଇଥିଲା ।
ଉଚ୍ଛେଦ ପୂର୍ବରୁ ବଡ଼ଆଖଡ଼ା ମଠ ନିକଟରେ ସାଧୁସନ୍ଥମାନେ ପହଞ୍ଚି ଅସନ୍ତୋଷ ପ୍ରକାଶ କରିଥିଲେ । ବଡ଼ଆଖଡ଼ା ମଠ ମହନ୍ତ ଓ ଅନ୍ୟ ମହନ୍ତମାନଙ୍କ ଏକ ପ୍ରତିନିଧି ଦଳ ଯାଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ବଡ଼ଆଖଡ଼ା ମଠ ମହନ୍ତଙ୍କ ସହ ଜିଲ୍ଲାପାଳ ପୁଣି ଥରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ମଠ ମହନ୍ତମାନେ ପ୍ରଶାସନକୁ ଦେଇଥିବା କେତେକ ପ୍ରସ୍ତାବ ଉପରେ ସହମତି ନିଆଯିବ ଏବଂ ତା ପରେ ବିପଦସଙ୍କୁଳ ମଠଗୁଡିକୁ ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ କହିଥିଲେ ।
ବଡ଼ଆଖଡ଼ା ମଠ ଉଚ୍ଛେଦ ବିରୋଧରେ ସୋମବାର ରାତିରୁ ମହନ୍ତମାନେ ଆଲୋଚନା ଚଳାଇଥିଲେ । ଗତରାତି ୧୧ଟାବେଳେ ବଡ଼ଆଖଡ଼ା ମଠ ପରିସରରେ ଏକ ବୈଠକ ହୋଇଥିଲା । ମଠ ସଂସ୍କୃତିର ସୁରକ୍ଷା ଏବଂ ମହନ୍ତମାନଙ୍କ ସହ ଆଲୋଚନା କରିବା ପରେ ଉଚ୍ଛେଦ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଅଖିଳ ଭାରତୀୟ ସାଧୁ ସମାଜର ଓଡ଼ିଶା ଶାଖା ଅଧ୍ୟକ୍ଷ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା । ସେହି ନିଷ୍ପତ୍ତି ଅନୁଯାୟୀ ଆଜି ମଠ ମହନ୍ତମାନଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ଯାଇଥିଲେ । ଗତରାତି ଏବଂ ଆଜି ଦିନତମାମ ଉଚ୍ଛେଦକୁ ନେଇ ତନାଘନା ପରେ ପ୍ରଶାସନ ବଡ଼ଆଖଡ଼ା ମଠ ଉଚ୍ଛେଦ ନିଷ୍ପତ୍ତିରୁ ସାମୟିକ ଓହରିଥିବାର ବିଶ୍ୱାସ କରାଯାଉଛି ।

ଅନ୍ୟପକ୍ଷରେ ଏମାର ମଠ ପରିସରରେ ରହିଥିବା ବିପଦସଙ୍କୁଳ କୋଠାଗୁଡିକୁ ଆଜି ମଧ୍ୟ ଭଙ୍ଗାଯାଇଛି । ଏମାର ମଠ ମହନ୍ତ ଗାଦି ଛାଡୁ ନ ଥିବା ସମ୍ପର୍କରେ ଜିଲ୍ଲାପାଳ କହିଥିଲେ ଯେ ମହନ୍ତଙ୍କ ପ୍ରକୋÂ ସୁରକ୍ଷିତ କି ନୁହେଁ ତାହା ବିଶେଷଜ୍ଞମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯାଉଛି । କୋଠା ଅସୁରିକ୍ଷିତ ଥିଲେ ଭଙ୍ଗାଯିବ । ଏଥପାଇଁ ମଠ ମହନ୍ତଙ୍କୁ ଗାଦି ଛାଡ଼ିବାକୁ ପଡ଼ିବ ।
ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ମଧ୍ୟରେ ରହିଛି ମଠ, ଲଜ୍, ବ୍ୟବସାୟ ପ୍ରତିÂାନ ଏବଂ ଘରୋଇ ବାସଭବନ । ଏହି ବାସଭବନଗୁଡ଼ିକ ସର୍ବାଧିକ ୭ ଏକର ଜମିରେ ରହିଛି । ଅନ୍ୟ ଅନୁÂାନଗୁଡିକ ଅଧିକ ଜମିରେ ରହିଛି । ଘରୋଇ ବାସଭବନ ଉଚ୍ଛେଦ ପୂର୍ବରୁ ପରିବାରର ସମସ୍ତ ବିବାହିତ ସଦସ୍ୟଙ୍କ ତାଲିକା ହେବ । ବାପା, ବିବାହିତ ପୁଅମାନଙ୍କ ହିସାବ ମୁତାବକ ପ୍ରତ୍ୟେକ ବିବାହିତ ସଦସ୍ୟଙ୍କୁ ଏକ ୟୁନିଟ ହିସାବରେ ଗଣନା କରାଯିବ । ପ୍ରତ୍ୟେକ ବିବାହିତ ସଦସ୍ୟଙ୍କୁ ସରକାରୀ ଥଇଥାନ ପ୍ୟାକେଜର କ୍ଷତିପୂରଣ ମିଳିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ମଙ୍ଗଳବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ କହିଛନ୍ତି ଯେ, ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଘୋଷଣା କରିଥିବା ପୁନର୍ବାସ ଓ ଥଇଥାନ ନୀତି ସମ୍ପର୍କରେ ଆମେ ସମସ୍ତଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛୁ । ବ୍ୟକ୍ତିଗତ ସମ୍ପତ୍ତି, ଦୋକାନ, ଲଜ୍, ମଠ ଓ ଅନ୍ୟ ଧର୍ମାନୁÂାନ ଆଦି ସବୁ ବର୍ଗର କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି ସେମାନଙ୍କ ମତ ନେଉଛୁ ।
ଶ୍ରୀମନ୍ଦିର ମେଘନାଦ ପାଚେରି ଠାରୁ ୭୫ ମିଟର ଚୌହଦୀରେ ୧୭୦ରୁ ଅଧିକ ପରିବାର ରହୁଛନ୍ତି । ଆବାସିକ ଘରଗୁଡ଼ିକ ୭୫ ମିଟର ଇଲାକାର ୭ ଏକର ଜମିରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚାରୋଟି ବର୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ହୋଇଛି । ଆବାସିକ ବାସଗୃହ ଉଚ୍ଛେଦ ପାଇଁ ସ୍ୱତନ୍ତ୍ର ପ୍ୟାକେଜରେ ସହାୟତା ରାଶି ଘୋଷଣା କରାଯାଇଛି । ବାସଗୃହ ଉଚ୍ଛେଦ ଜମିର ଏହି କ୍ଷତିପୂରଣ ପରିମାଣ ପ୍ରଚଳିତ ବଜାର ଦର ଠାରୁ ଯଥେଷ୍ଟ ଅଧିକ । ଏହା ବ୍ୟତୀତ ଆଉ ଅଧିକ ଚାହୁଁଥିବା ଲୋକ ପ୍ରଶାସନ ସହ ଆଲୋଚନା କରିବାକୁ ରାସ୍ତା ଉନ୍ମୁକ୍ତ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.