ପଞ୍ଚାମୃତ ଖାଇ ୪୦ ଅସୁସ୍ଥ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ଗଣେଶ ପୂଜାରେ ପଞ୍ଚାମୃତ ଖାଇ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅର୍ନ୍ତଗତ ପଦ୍ମପୁରରେ ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ପଦ୍ମପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୨ ଜଣଙ୍କୁ ଭର୍ତ୍ତି କରାଯାଇଛି । ଅନ୍ୟ ୧୦ ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ପଦ୍ମପୁର ଅଞ୍ଚଳର ବୋଲି ଜଣାପଡିଛି ।

ସୋମବାର ପଦ୍ମପୁର ସ୍ଥିତ ପଦ୍ମେଶ୍ୱର ଶୈବ ପୀଠରେ ଗଣେଶ ପୂଜା ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଦିନ ୧ଟାରେ ପୂଜା ସରିବା ପରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଫଳ, ଛେନା, ନଡିଆ, କର୍ପୁର ମିଶ୍ରିତ ପଞ୍ଚାମୃତ ସେବନ କରିଥିଲେ । ଭୋଗ ଖାଇଥିବା କିଛି ଲୋକ ରାତି ୮ଟା ବେଳକୁ ଅସୁସ୍ଥତା ଅନୁଭବ କରିଥିଲେ । ସେମାନଙ୍କର ଝାଡା, ବାନ୍ତି, ଜ୍ୱର ହେବା ସହ ମୁଣ୍ଡ ବୁଲାଇଥିଲା । ମଙ୍ଗଳବାର ସକାଳୁ ଅବସ୍ଥା ସାଂଘାତିକ ହେବାରୁ ପଦ୍ମପୁର ଗ୍ରାମର ୩ ଜଣ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଦିନ ୮ଟା ବେଳକୁ ପୀଡିତଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା । ଅପରାହ୍ନ ସୁଦ୍ଧା ୪୦ରୁ ଅଧିକ ଲୋକେ ଚିକିତ୍ସିତ ହୋଇଥିବାବେଳେ ୩୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତ ରୋଗୀଙ୍କ ନିକଟରେ ପେଟ ବ୍ୟଥା, ଝାଡା, ବାନ୍ତି, ମୁଣ୍ଡ ବ୍ୟଥା, ମୁଣ୍ଡ ବୁଲାଇବା, ଜ୍ୱର ଆଦି ସମାନ ଲକ୍ଷଣ ଦେଖିବାକୁ ମିଳିଥିଲା ।

ଖବର ପାଇ ଜିଲ୍ଲା ଚିକିତ୍ସାଧିକାରୀ ସୁଧାଂଶୁଶେଖର ବଳ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ସହ ପଦ୍ମପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପରଖି ଆବଶ୍ୟକ ଚିକିତ୍ସା ଯୋଗାଇ ଦେଇଥିଲେ । ଶେଷ ଖବର ସୁଦ୍ଧା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ଜଣାପଡିଛି । ଅନ୍ୟପଟେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତଙ୍କୁ ଭେଟିଛନ୍ତି ।

ଏନେଇ ଜିଲ୍ଲା ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳଙ୍କୁ ଯୋଗାଯୋଗ କରିବାରୁ କହିଲେ, ବିଭିନ୍ନ ପ୍ରକାର ଫଳ, ଦହି, କ୍ଷୀର, କର୍ପୁର, ମହୁ ଆଦି ମିଶାଯାଇ ଭୋଗ ପ୍ରସ୍ତୁତ ହୋଇଥିଲା । ଯାହାକୁ ଖାଇ ଏତେ ସଂଖ୍ୟାରେ ଲୋକେ ରୋଗାକ୍ରାନ୍ତ ହୋଇପଡିଛନ୍ତି । କେଉଁ ଜିନିଷଟି ବିଷାକ୍ତ ଥିଲା ତାହା ଭୋଗ ପରୀକ୍ଷା କରାଯିବା ପରେ ଜଣାପଡିବ । ଯଥାଶୀଘ୍ର ସୁସ୍ଥ ହେବା ଲାଗି ସମସ୍ତ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons