କପ୍ତିପଦା,(ବି.ବି.ନୁ୍ୟଜ୍): ନୃଶଂସତା ଆଗରେ ହାର ମାନିଛି ମମତା । ବାପା ପାଖରେ ରାତିର ଭୟରେ ଜାକିଜୁକି ହୋଇ ଶୋଇଥିଲା କୁନି ପୁଅଟା । ସେ କେବେ ଜାଣିନଥିଲା ସକାଳ ପାହିଲେ ସେହି ବାପା ପାଲଟିଯିବ ନୃଶଂସ, କଚାଡ଼ି ଜୀବନ ନେବ । ଏହି ଜଘନ୍ୟ ଘଟଣା ଘଟିଛି ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତର ଗାଲାସାହି ଗ୍ରାମରେ । ଗ୍ରାମର ମଧୁ ସିଂ ହେମ୍ବ୍ରମ ନାମକ ଜନୈକ ବ୍ୟକ୍ତି ତା’ର ୫ବର୍ଷର ପୁଅକୁ ପଥରରେ କଚାଡ଼ି କଚାଡ଼ି ମାରିଦେଇଛି । ଅନ୍ୟମାନଙ୍କ ସହ ଗଣ୍ଡଗୋଳ କରି ଉତ୍କ୍ଷିପ୍ତ ଅବସ୍ଥାରେ ଘରକୁ ଫେରିବା ପରେ ଏପରି ନୃଶଂସକାଣ୍ଡ ଘଟାଇଥିଲା । ଘଟଣାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ସବିଶେଷ ସୂଚନା ଅନୁଯାୟୀ, ଆଜି ସକାଳେ ଗାଲସାହି ବାସିନ୍ଦା ମଧୁ ସିଂ ହେମ୍ବ୍ରମ ଆଜି ସକାଳୁ ନିଜ ଗୋରୁ ନେଇ ଚରାଇବାକୁ ବାହାରିଥିଲା । ସେ ଗ୍ରାମ ନିକଟ ଚାଷଜମିରେ ଗୋରୁକୁ ଚରିବା ନିମନ୍ତେ ବାନ୍ଧିଥିଲା । ତେବେ ସମ୍ପୃକ୍ତ ଜମି ମାଲିକ ଏପରି ନକରିବାକୁ ମଧୁକୁ କହିଥିଲେ । ଫଳରେ ଦୁର୍ହିଙ୍କ ମଧ୍ୟରେ ଜୋରସୋର ବଚସା ହୋଇଥିଲା । ଏଥିରେ ମଧୁ ହଠାତ୍ ଅତିଶୟ ରାଗିଯାଇ ଜମି ମାଲିକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ମଧୁ ଆକ୍ରମଣରୁ ସେ ବର୍ତ୍ତିଯାଇଥିଲେ । ସେଠାରୁ ମଧୁ ରାଗ ଜର୍ଜରିତ ଅବସ୍ଥାରେ ଘରକୁ ଫେରିଲା । ଘରେ ପହଞ୍ଚô ଦେଖେ ତ ତା’ର ୫ବର୍ଷର ପୁଅ ସରଦାରକୌଣସି କାରଣରୁ କାନ୍ଦୁଛି । କ୍ରୋଧାନ୍ଧ ମଧୁ ପୁଅକୁ ବୁଝାଇବା କ’ଣ ପୁଅର ଅଝଟ ତା’ର ରାଗକୁ ଦ୍ୱିଗୁଣିତ କରିଥିଲା । ସରଦାରକୁ ଟେକି ଆଣି ଘର ବାହାରେ ଥିବା ଏକ ପଥର ଉପରେ ବାରମ୍ବାର କଚାଡ଼ିଥିଲା । ସେହି ମୂହୁର୍ତ୍ତରେ ରାକ୍ଷସ ପାଲଟି ଯାଇଥିବା ମଧୁ ହେମ୍ବ୍ରମର ରାଗ ସେଥିରେ ଶାନ୍ତ ପଡିନଥିଲା । ସରଦାରକୁ କାନ୍ଧରେ ପକାଇ ନିକଟସ୍ଥ ଏକ ପୋଖରୀକୁ ନେଇ ଯାଇଥିଲା । ସେଠାରେ ପାଣିରେ ବୁଡ଼ାଇ ଦେଇଥିଲା । ପୁଣି ପୁଅକୁ ପାଣିରୁ ଉଠାଇ ପୋଖରୀ ଆଡ଼ିିରେ କଚାଡ଼ିଥିଲା । ଏହାପରେ ପୁଅର ନିସ୍ତେଜ ଶରୀରକୁ କାନ୍ଧରେ ପକାଇ ଘରକୁ ଆସୁଥିବା ବାଟରେ ଏକ ବିଲ ହିଡ଼ରେ ଶେଷରେ ପକାଇ ଦେଇ ପଳାଇ ଆସିଥିଲା । ବାଟରେ ଜନୈକ ବ୍ୟକ୍ତି ବିରୋଧ କରିବାରୁ ତାକୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ରକ୍ତମଖା ମଧୁ ।
ତେବେ କୌଣସି ସୂତ୍ରରୁ ଖବର ପାଇ ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ଗ୍ରାମବାସୀଙ୍କ ସହାୟତାରେ ଅଭିଯୁକ୍ତ ମଧୁକୁ ଧରିଥିଲା । ପରେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ପହଞ୍ଚô ଘଟଣାର ଛାନ୍ଭିନ୍ କରିଥିଲେ । ଏହାକୁ ନେଇ ଶରତ ଥାନାରେ ୨୬/୧୯ରେ ଏକ ମାମଲା ରୁଜ୍ଜୁ କରାଯିବା ସହିତ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ପଠାଯାଇଥିବାର ଜଣାପଡ଼ିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୫ଦିନ ତଳେ ମଧୁ ତା’ର ପନôୀଙ୍କୁ ପିଟାମରା କରିବାରୁ ସେ ନିଜ ସାନପୁଅକୁ ଧରି ବାପଘର ଯାଜପୁରକୁ ଚାଲିଯାଇଛନ୍ତି । ତେବେ ବଡ଼ପୁଅ ସରଦାର ବାପାଙ୍କୁ ଅତି ଭଲପାଉଥିବାରୁ ମାଆ ସହିତ ଯାଇନଥିଲା । ଶେଷରେ ବାପା ସହିତ ରହିବା ତା’ପାଇଁ କାଳ ହୋଇଥିଲା ।
Comments are closed, but trackbacks and pingbacks are open.