ଲୁଗା ବିକ୍ରି ନାଁରେ ଗଞ୍ଜେଇ ଚାଲାଣ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଲୁଗା ବେପାର ନାଁରେ ଓଡିଶାରେ ପଶୁଛନ୍ତି । ଫେରିବା ବେଳେ ଗଞ୍ଜେଇ ନେଇ ଯାଉଛନ୍ତି । ଦିନଅଧେ ନୁହେଁ ବର୍ଷତମାମ୍ ଏଭଳି ନୂଆ ତରିକାରେ ଗଞ୍ଜେଇଚାଲାଣ ହେଉଛି । ଏପରିସ୍ଥଳେ, ମଙ୍ଗଳବାର ଅବକାରୀ ବିଭାଗ ୨ ଜଣ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ବିଶ୍ୱନାଥ(୨୦) ଓ ସତୀଶ ଚନ୍ଦ୍ର(୨୬) । ଅବକାରୀ କର୍ମଚାରୀ ଦୁହିଁଙ୍କୁ ଗୋଡାଇ ଧରିଥିବା ବେଳେ ଏମାନଙ୍କଠାରୁ ୪୫ କେଜି ଗଞ୍ଜେଇ ଜବତ ହୋଇଛି । ଜଣଙ୍କର ଘର କନୌଜ ଜିଲ୍ଲାର ମଲ୍ଲିକ୍ପୁର ଓ ଅନ୍ୟ ଜଣଙ୍କର କିଷନପୁର ଜଣାପଡ଼ିଛି । ଜବତ ଗଞ୍ଜେଇର ବଜାର ଦର ୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ କର୍ମଚାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons