ଶ୍ରୀମନ୍ଦିରରେ କୃଷ୍ଣଲୀଳା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣଲୀଳା ଅବସରରେ ବୁଧବାର ସମ୍ପନ୍ନ ହୋଇଛି ବିମ୍ୱାସୁର ବଧ ନୀତି । ସନ୍ଧ୍ୟାଧୂପ ପରେ ମଦନମୋହନ ନାଟପା ମନ୍ଦିର ଖଟଶେଯ ଉପରେ ବିଜେ ହୋଇଥିଲେ । ସେଠାରେ ଅନୁÂିତ ହୋଇଥିଲା ବିମ୍ବାସୁର ବଧ ନୀତି । ଶ୍ରୀକୃଷ୍ଣ ବିମ୍ୱାସୁରକୁ ବଧ କରିବା ପରେ ଶୀତଳ ଭୋଗ କରାଯାଇଥିଲା । ଏହା ପରେ ଠାକୁରଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା ।
ଶ୍ରୀକୃଷ୍ଣଙ୍କ ଲୀଳାର ଏହା ଆଉ ଏକ ଅଧ୍ୟାୟ । ବିମ୍ବାସୁର ନାମକ ଭୟଙ୍କର ରାକ୍ଷସକୁ ମହାରାଜ କଂସ କୃଷ୍ଣ, ବଳରାମଙ୍କୁ ହତ୍ୟା କରିବାକୁ ପଠାଇଥିଲେ । କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ଅନାୟାସରେ ବିମ୍ବାସୁରକୁ ବଧ କରିଥିଲେ । ଏହି ଲୀଳାକୁ ମନେ ପକାଇ ଶ୍ରୀମନ୍ଦିରରେ ବିମ୍ବାସୁର ବଧ ନୀତି ପାଳନ କରାଯାଏ । ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଶ୍ରୀକୃଷ୍ଣ, ବଳରାମ ଓ ବିମ୍ବାସୁର ଚରିତ୍ର ବାହାରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons