ତଟ ସୁରକ୍ଷା ଚିନ୍ତା ବଢ଼ିଲା

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ତଟ ସୁରକ୍ଷା ଉପରେ ଏବେ ଦେଶବ୍ୟାପୀ ଗୁରୁତ୍ୱ ଦିଆଯାଉଛି । ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ସଚିବ ତଟ ସୁରକ୍ଷା ପ୍ରସଙ୍ଗରେ ଉପକୂଳ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ ଆଲୋଚନା ଓ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଡିଜି ବିଜୟ କୁମାର ଶର୍ମା ପୁଲିସ୍ ମୁଖ୍ୟାଳୟରେ ଆଜି ତଟ ସୁରକ୍ଷା ଏବଂ ସାମୁଦ୍ରିକ ଥାନାଗୁଡ଼ିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏନେଇ ଡିଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ ଏବଂ ବ୍ରହ୍ମପୁର ପୁଲିସ୍ ଜିଲ୍ଲା ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି । ସାମୁଦ୍ରିକ ଥାନାଗୁଡ଼ିକ ତଟ ସୁରକ୍ଷା ସହିତ ଥାନା ଆଖପାଖର ଆଇନ ଶୃଙ୍ଖଳା ପରିସ୍ଥିତି ଓ ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଡିଜି ନିଦେ୍ର୍ଧଶ ଦେଇଛନ୍ତି । ଅପରାଧ ସଂକ୍ରାନ୍ତ ଘଟଣାରେ ସାମୁଦ୍ରିକ ଥାନା ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରିପାରିବ ବୋଲି ଡିଜି ଏସ୍ପିମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଥାନାର କାର୍ଯ୍ୟ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତଟ ସୁରକ୍ଷାର ଗୁରୁତ୍ୱକୁ ଦୃଷ୍ଟିରୁ ରଖି ରେଞ୍ଜ ଆଇଜି, ଡିଆଇଜି ଏବଂ ଏସ୍ପିମାନେ ପ୍ରତି ମାସରେ ସାମୁଦ୍ରିକ ଥାନା ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିବେ । ସେହିପରି ଏସ୍ପିମାନେ ମଧ୍ୟ ନିୟମିତ ବ୍ୟବଧାନରେ ସାମୁଦ୍ରିକ ଥାନାର କାର୍ଯ୍ୟଧାରା ସମ୍ପର୍କରେ ସମୀକ୍ଷା କରି ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ରିପୋର୍ଟ ପ୍ରଦାନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ସାମୁଦ୍ରିକ ଥାନାଗୁଡ଼ିକ ସେମାନଙ୍କ ପରିସରରେ ଥିବା ସମୁଦ୍ରରେ ପାଟ୍ରୋଲିଂ ଉପରେ ଅଧିକ ପ୍ରଧାନ୍ୟ ଦେବା ଲାଗି ଏସ୍ପିମାନେ ଆଇଆଇସିମାନଙ୍କୁ ନିଦେ୍ର୍ଧଶ ଦେବେ । ସାମୁଦ୍ରିକ ଥାନାରେ ଅଧିକ କନ୍ଷ୍ଟେବଲ୍ ଓ ହୋମାଗାର୍ଡ ନିୟୋଜିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସାମୁଦ୍ରିକ ଥାନାଗୁଡ଼ିକର କୋଠା ନିର୍ମାଣ, ଷ୍ଟାଫ୍ କ୍ୱାର୍ଟର୍ସ ନିର୍ମାଣ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବୃଦ୍ଧି ଲାଗି ଏସ୍ପିମାନେ ପୁଲିସ୍ ଆଧୁନିକୀକରଣ ଆଇଜିଙ୍କ ପାଖରେ ସେମାନଙ୍କର ପ୍ରସ୍ତାବ ଦାଖଲ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ ଏହି ଭିଡିଓ କନ୍ଫରେନ୍ସିଂରେ ତଟସୁରକ୍ଷା ବାହିନୀ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ସମେତ ବହୁ ବରିÂ ପୁଲିସ୍ ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons