ଖୋର୍ଦ୍ଧାରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଖାନ୍‌ ଗୁରୁତର

Get real time updates directly on you device, subscribe now.

ଖୋର୍ଦ୍ଧା: ଖୋର୍ଦ୍ଧା ରାମେଶ୍ବର ନିକଟରେ ପୋଲିସର ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ୍‌ ଖାନ୍‌ ଗୁରୁତର ହୋଇଛି । ଜାମସେଦ୍‌ର ବାମ ଗୋଡରେ ଗୁଳି ବାଜିଛି । ନିରାକାରପୁର ଓ ଟାଙ୍ଗୀ ପୋଲିସର ମିଳିତ ଭାବେ ଏହି ଏନକାଉଣ୍ଟର କରିଛନ୍ତି ।
ଅପରାଧୀ ଜାମସେଦ୍‌ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ଖୋର୍ଦ୍ଧା, ପୁରୀ, ନୟାଗଡ ଅଞ୍ଚଳରେ ଅନେକ ମାମଲାରେ ସମ୍ପୃକ୍ତ ଅଛି ଜାମସେଦ୍‌ । ଏନ୍‌କାଉଣ୍ଟର ବେଳେ ପ୍ରଥମେ ପୋଲିସ ଉପରକୁ ବୋମାମାଡ କରିଥିଲା ଜାମସେଦ୍‌ । ଏଥିରେ ୪ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons