କଣ୍ଟେନର ଚାପାରେ ନାବାଳିକାଙ୍କ ମୃତ୍ୟୁ

Get real time updates directly on you device, subscribe now.

କଳାହାଣ୍ଡି: କଳାହାଣ୍ଡିରେ ବେଦାନ୍ତ କଣ୍ଟେନର ଚାପାରେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ନୁନମାଠ ନିକଟରେ ଦୁଘର୍ଟଣା ଘଟିଛି । ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ନୁନମାଠ ଅବସ୍ଥିତ । ମୃତକ ବଗାଡର ୮ବର୍ଷ ବୟସ୍କ ଲଳିତା ମାଝୀ ।
ସୂଚନାଯୋଗ୍ୟ ଯେ, ନୂଆଖାଇ ପାଇଁ ନୁନମାଠ ଆସିଥିଲେ ଲଳିତା । ସକାଳୁ ନାବାଳିକା ରାସ୍ତା ପାର କରୁଥିବା ବେଳେ ଚଢି ଯାଇଥିଲା କଣ୍ଟେନର । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଶବ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବଲାଙ୍ଗୀର-ଭବାନୀପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଚିଂ କଣ୍ଟେନରକୁ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons