ଶ୍ରୀମନ୍ଦିରରେ ରାଧାଷ୍ଟମୀ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶୁକ୍ରବାର ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରର ବାର୍ଷିକ ଆୟ-ବ୍ୟୟର ହିସାବ ନେଇଛନ୍ତି ଶ୍ରୀ ସୁଦର୍ଶନ ଦେବ । ଅପରାହ୍ନରେ ଚଉଦୋଳରେ ବିଜେ ହୋଇ ଶ୍ରୀସୁଦର୍ଶନ ଦେବ ଶ୍ରୀମନ୍ଦିର ଛାଡ଼ିଥିଲେ । ସନ୍ଧ୍ୟାରେ ଗୌଡ଼ବାଡ଼ ସାହିସ୍ଥିତ ଜମ୍ବେଶ୍ୱରଙ୍କ ମନ୍ଦିରରେ ବିଜେ ହୋଇଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପକ୍ଷରୁ ଜମ୍ବେଶ୍ୱର ମହାଦେବଙ୍କ ଠାରୁ ହିସାବ ନେଇଥିଲେ ଶ୍ରୀସୁଦର୍ଶନ ଦେବ । ପବିତ୍ର ରାଧାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଏହି ଦେବନୀତି ଅନୁÂିତ ହୋଇଛି ।
ଏଥିସହିତ ଶ୍ରୀରାଧାଙ୍କ ଜନ୍ମ ଉତ୍ସବ ଅବସରରେ ସ୍ୱତନ୍ତ୍ର ନୀତିମାନ ଅନୁÂିତ ହୋଇଛି । ସକାଳଧୂପ ଶେଷ ହେବା ପରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରାଯାଇ ସାତ ପାହାଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କିରେ ବିଜେ କରାଯାଇଥିଲା । ପରେ ଠାକୁରାଣୀଙ୍କୁ ମହାଲକ୍ଷ୍ମୀଙ୍କ ଜଗମୋହନ ଠାରେ ଖଟ ଉପରେ ବିଜେ କରାଯାଇଥିଲା । ସେଠାରେ ମାଜଣା, ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢିଥିଲା । ଶ୍ରୀଜିଉଙ୍କର ମଧ୍ୟାହ୍ନ ଧୂପ ଉଠିବା ପରେ ମହାଲକ୍ଷ୍ମୀଙ୍କୁ ସିଂହାସନ ଉପରେ ବିଜେ କରାଯାଇଥିଲା । ମଧ୍ୟାହ୍ନ ଧୂପ ଶେଷ ହୋଇ ପାଣି ପଡ଼ିବା ପରେ ସେବାୟତମାନେ ମା’ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଆଣି ଖଟ ଶେଜଘରେ ବିଜେ କରାଇଥିଲେ ।
ଇତି ମଧ୍ୟରେ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଶ୍ରୀସୁଦର୍ଶନଙ୍କୁ ଦେଇଥିଲେ । ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦୋଳରେ ବିଜେ କରାଇଥିଲେ । ସେଠାରେ ଶ୍ରୀସୁଦର୍ଶନଙ୍କର ରୁନ୍ଧା ସହିତ ପାଟପତନୀ ଲାଗି ସମ୍ପନ୍ନ କରିଥିଲେ । ଦଇତାପତିମାନେ ସୁଦର୍ଶନଙ୍କ ଚଉଦୋଳକୁ ଝୁଲଣ ମଣ୍ଡପକୁ ନେବା ପରେ ସେଠାରେ ଦିଅଁଙ୍କୁ ସୁନା ହରଡ଼ମାଳ ଓ ଚୂଳ ଲାଗି କରାଯାଇଥିଲା । ଘଣ୍ଟ ଘଣ୍ଟା, କାହାଳି ଆଦି ପଟୁଆରରେ ସୁଦର୍ଶନ ଦେବଙ୍କ ଚଉଦୋଳ ଶ୍ରୀମନ୍ଦିର ବେଢା ବୁଲିବା ପରେ ନଗର ପରିକ୍ରମାରେ ବାହାରି ଥିଲେ । ନଗର ପରିଭ୍ରମଣ ଅବସରରେ କଣ୍ଡୁ ଓ ଭୃଗୁ ଆଶ୍ରମ ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ବୈକୁଣ୍ଠ, ଅନୁÂାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୩୧ଗୋଟି ସ୍ଥାନରେ ଦିଅଁଙ୍କୁ ପନ୍ତିଭୋଗ ସମର୍ପଣ କରାଯିବାର ବିଧି ହେଲା ।
ଶ୍ରୀସୁଦର୍ଶନ ମହାପ୍ରଭୁ ଗୌଡ଼ବାଡ଼ ସାହିସ୍ଥିତ ଶ୍ରୀଜମ୍ୱେଶ୍ୱର ମହାଦେବଙ୍କ ମନ୍ଦିରରେ ନୀତି ସାରି ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ । ପରେ ପାଳିଆ ମେକାପ ସିଂହାସନ ପୋଛା ନୀତି ଶେଷ କରିଥିଲେ । ଚାରି ବାଡ଼ରେ ମହାସ୍ନାନ ବିଧି ସମ୍ପନ୍ନ ହୋଇଥିଲା । ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଖଟଶେଜ ଘରୁ ନେଇ ସନ୍ଧ୍ୟା ଆଳତି ଶେଷ କରିଥିଲେ । ଧୂପପରେ ଚାରି ଜଣ ପୂଜାପଣ୍ଡା ସେବାୟତ ପୂଜାନୀତି ବଢ଼ାଇ ଶ୍ରୀସୁଦର୍ଶନଙ୍କୁ ପ୍ରସାଦ ଲାଗି କରିଥିଲେ । ଭୋଗ ଶେଷ ହେବାପରେ ଶ୍ରୀବିଗ୍ରହଙ୍କ ବନ୍ଦାପନା ବିଧି ଶେଷ କରି ରାଧାଷ୍ଟମୀ ନୀତି ସମ୍ପନ୍ନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons