ପୁରୀ,(ବି.ବି.ନୁ୍ୟଜ୍): ପୁରୀକୁ ଐତିହ୍ୟ ନଗରୀ ରୂପେ ଗଢ଼ି ତୋଳିବା ଏବଂ ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଠିକ୍ ପଦକ୍ଷେପ ନେଇଛନ୍ତି । ପୁରୀର ବିକାଶ ଜରୁରି ଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରି ପାଖର ୭୫ ମିଟର ଇଲାକାରେ ଉଚ୍ଛେଦ ଚାଲିଛି । ସମସ୍ତ ପକ୍ଷଙ୍କ ସହ ପ୍ରଶାସନ ଆଲୋଚନା ପରେ ଆଇନ ମୁତାବକ ଉଚ୍ଛେଦ ହେଉଛି । ଏହାକୁ ବିରୋଧ କରାଯିବା ଅନୁଚିତ । ପ୍ରସ୍ତାବିତ ଐତିହ୍ୟ ନଗରୀ ପରିକଳ୍ପନା ଦ୍ୱାରା ସମସ୍ତଙ୍କ ହିତ ସାଧନ ହେବ ବୋଲି ସୁପ୍ରିମକୋର୍ଟ ଆମିକସ୍ କୁ୍ୟରି ରଞ୍ଜିତ କୁମାର କହିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ପୁରୀର ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଆମିକସ୍ କୁ୍ୟରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଗସ୍ତ ଶନିବାର ଶେଷ ହୋଇଛି । ଦିଲ୍ଲୀ ଫେରିବା ପୂର୍ବରୁ ଆମିକସ୍ କୁ୍ୟରି ପ୍ରଶାସନର ଉଚ୍ଛେଦ ଓ ଐତିହ୍ୟ ସହର ପରିକଳ୍ପନାକୁ ମୋହର ମାରିଛନ୍ତି । ଏହି ଦୁଇ ପ୍ରତିନିଧି ତାଙ୍କର ସ୍ଥିତି ଅନୁଧ୍ୟାନ ରିପୋର୍ଟକୁ ସୁପି୍ରମକୋର୍ଟରେ ଦାଖଲ କରିବେ । ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟ ଏହି ରିପୋର୍ଟ ଉପରେ ଶୁଣାଣି କରିବେ ।
ଆମିକସ୍ କୁ୍ୟରି ରଞ୍ଜିତ କୁମାର ଗଣମାଧ୍ୟମକୁ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଆମେ ପୁରୀ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଛୁ । ଏହି ଅବସରରେ ଶ୍ରୀମନ୍ଦିର ଚାରି ପାଖର ସ୍ଥିତି ଦେଖିଥିଲୁ । ଶ୍ରୀମନ୍ଦିର ପ୍ରଶାସନର ବରିÂ ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ପ୍ରଚାର ପ୍ରସାର ପାଇଁ ପୁରୀର ବିକାଶ ଜରୁରି । ବିକାଶ ଯୋଜନା ପାଇଁ ଶ୍ରୀମନ୍ଦିର ଚାରି ପାଖ ୭୫ ମିଟର ଇଲାକାରୁ ଉଚ୍ଛେଦ ଚାଲିଛି । ସମସ୍ତ ପକ୍ଷଙ୍କ ସହ ଆଲୋଚନା ପରେ ଉଚ୍ଛେଦ ଚାଲିଛି । କାହାକୁ ବାଧ୍ୟ କରାଯାଉ ନାହିଁ । ପୁରୀକୁ ବିଶ୍ୱ ଐତିହ୍ୟ ସହର ରୂପେ ଗଢ଼ି ତୋଲିବାକୁ ରାଜ୍ୟ ସରକାର କରିଥିବା ଯୋଜନା ଠିକ୍ ବାଟରେ ଚାଲିଛି । ଏହାକୁ ରୋକାଯିବା କିମ୍ବା ବିରୋଧ କରିବା ଅନୁଚିତ । ପୁରୀର ବିକାଶ, ସେବାୟତଙ୍କ ମଙ୍ଗଳ, ମଠ ପରମ୍ପରାର ସୁରକ୍ଷା, ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ସରକାର ଉତ୍ତମ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପକୁ ସମର୍ଥନ କରିବା ଉଚିତ୍ ବୋଲି ସେ କହିଥିଲେ ।
ଗଣମାଧ୍ୟମକୁ ବିବୃତ୍ତି ଦେବା ପୂୂର୍ବରୁ ଆମିକସ୍ କୁ୍ୟରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଫିସରଙ୍କ ସହ ଆଲୋଚନା କରିଥିଲେ । ଉଭୟ ଆମିକସ୍ କୁ୍ୟରି ଓ ସଲିସିଟର ଜେନେରାଲ୍ ଗସ୍ତ କାଳରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ପୁରୀର ଐତିହ୍ୟ ନଗରୀ ପରିକଳ୍ପନା ସମ୍ପର୍କରେ ଆଲୋଚନା କରିଥିଲେ ।
ଶନିବାର ସକାଳ ୮ଟାରୁ ଆମିକସ୍ କୁ୍ୟରି ଓ ସଲିସିଟର ଜେନେରାଲ ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଥିଲେ । ଶ୍ରୀମନ୍ଦିର ଦର୍ଶନ କରିବା ପୂର୍ବରୁ ସିଂହଦ୍ୱାର ଉଭୟ ପାଶ୍ୱର୍ ଏବଂ ସାମ୍ନାରେ ହୋଇଥିବା ଉଚ୍ଛେଦକୁ ଦେଖିଥିଲେ । ଶ୍ରୀମନ୍ଦିର ଚାହାଣି ମଣ୍ଡପ, ସ୍ନାନମଣ୍ଡପ, ପଶ୍ଚିମ ଦ୍ୱାରରୁ ଏହି ଦୁଇ ପ୍ରତିନିଧି ପ୍ରଶାସନର ମଠ ଉଚ୍ଛେଦ ପରେ ଫାଙ୍କା ହୋଇଥିବା ସ୍ଥାନକୁ ଦେଖିଥିଲେ । ଏହା ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଓ ସରକାରଙ୍କ ପ୍ରସ୍ତାବିକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀନଅରରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣରେ ଗଜପତି, ଆମିକସ୍ କୁ୍ୟରି, ସଲିସିଟର ଜେନେରାଲ, ରାଜ୍ୟ ଆଡଭୋକେଟ ଜେନେରାଲଙ୍କ ଆଲୋଚନା ହୋଇଥିଲା ।
ସୁପି୍ରମକୋର୍ଟଙ୍କ ଦୁଇ ପ୍ରତିନିଧି ରାଜ୍ୟ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ତଥା ଉପ ମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ, ଏସ୍ପି ଉମାଶଙ୍କର ଦାସଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ପୁରୀ ପାଇଁ ପ୍ରସ୍ତାବିତ ବିଶ୍ୱ ଐତିହ୍ୟ ଯୋଜନାର ନକ୍ସା, ଏହି ପରିକଳ୍ପନାର ଲକ୍ଷ୍ୟ, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ଚାଲିଥିବା ଉଚ୍ଛେଦ, ଆସନ୍ତା ବର୍ଷ ହେବାକୁ ଥିବା ନାଗାର୍ଜ୍ଜୁନ ବେଶକୁ ନେଇ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ଆମିକସ୍ କୁ୍ୟରିଙ୍କୁ ଅବଗତ କରାଯାଇଥିଲା ।
ସବୁ ପକ୍ଷଙ୍କ ସହ ଆଲୋଚନା ଓ ସ୍ଥିତି ଅନୁଧ୍ୟାନ ପରେ ଅପରାହ୍ନ ସାଢେ଼ ୧୨ଟାରେ ଆମିକସ୍ କୁ୍ୟରି ଓ ସଲିସିଟର ଜେନେରାଲ୍ ପୁରୀ ଛାଡ଼ିଥିଲେ । ଅପରାହ୍ନ ୩ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯାଇଥିଲେ ।
ଶ୍ରୀମନ୍ଦିର ଚୌହଦିର ଉଚ୍ଛେଦ, ଆମିକସ୍ କୁ୍ୟରି ଓ ସଲିସିଟର ଜେନେରାଲଙ୍କ ଗସ୍ତକୁ କେନ୍ଦ୍ର କରି ଦିନତମାମ ତନାଘନା ଚାଲିଥିଲା । ଗସ୍ତ ପରେ ଆଗାମୀ ପରିସ୍ଥିତି ନେଇ ତର୍ଜମା ବି ଆରମ୍ଭ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ଦୁଇ ପ୍ରତିନିଧିଙ୍କୁ ଶୁକ୍ରବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିବାକୁ ରାଜ୍ୟ ସରକାର ଆଇନ ବିଭାଗର ଓଏସ୍ଡି ଡ. ଭାସ୍କର ମିଶ୍ରଙ୍କୁ ପ୍ରୋଟୋକଲ ଅଫିସର ରୂପେ ନିୟୋଜିତ କରିଥିଲେ । ପୁରୀ ଗସ୍ତ ଶେଷ ପରେ ପ୍ରୋଟୋକଲ ଅଫିସର ଶ୍ରୀ ମିଶ୍ର ଏହି ଦୁଇ ପ୍ରତିନିଧିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ବିଦାୟ ଜଣାଇଥିଲେ ।


Comments are closed, but trackbacks and pingbacks are open.