ଇନ୍ଦ୍ରାବତୀ,(ବି.ବି.ନୁ୍ୟଜ୍): ଉପରମୁଣ୍ଡରେ ବର୍ଷା ଲାଗି ରହିଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ୨ ଟି ଫାଟକ ଦେଇ ଜଳ ନିଷ୍କାସନ ଗତ ୫ ତାରିଖରୁ ଜାରି ରହିଛି । ସେହିପରି, ଶୁକ୍ରବାର ପୂର୍ବାହ୍ନ ୮ ଟାରୁ ମୁରାନ୍ ଜଳଭଣ୍ଡାରର ଗୋଟିଏ ଫାଟକ ଖୋଲାଯାଇଛି । ଏହି ତିନୋଟି ଫାଟକ ଦେଇ ପ୍ରତି ସେକେଣ୍ଡରେ ୮୦୮ ଘନମିଟର ଜଳ ନିଷ୍କାସନ ହେଉଛି । ଏଣେ ବର୍ଷା ଯୋଗୁ ସମପରିମାଣର ଜଳ ଭଣ୍ଡାରଦୁଇଟିକୁ ପ୍ରବେଶ କରୁଥିବା ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟ ସୂଚନା ଅନୁସାରେ, ଶୁକ୍ରବାର ମୁଖୀଗୁଡା ଜଳବିଦୁ୍ୟତ୍ ଉପôାଦନ କେନ୍ଦ୍ରରୁ ୧୭୨୯ ମେଗାୱାଟ ବିଦୁ୍ୟତ ଶକ୍ତି ଉପôାଦନ ହୋଇଛି । ଶନିବାର ତିନୋଟି ଟର୍ବାଇନ୍ରୁ ୪୫୦ ମେଗାୱାଟ ବିଦୁ୍ୟତ୍ ଉପôାଦନ ହୋଇଥିବା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଛି । ଶନିବାର ସନ୍ଧ୍ୟା ୬ ଟା ସୁଦ୍ଧା ଜଳଭଣ୍ଡାର ଜଳପତ୍ତନ ୬୪୧.୦୫ ମିଟର ଛୁଇଁଛି । ଅବବାହିକା ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଭଣ୍ଡାରରୁ ଜଳ ନିରନ୍ତର ନିଷ୍କାସନ ଚାଲିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟ ଏକ ସୂଚନା ଅନୁସାରେ, ଗତକାଲି ମୁରାନ ଜଳ ଭଣ୍ଡାର ଫାଟକ ଖୋଲା ସମୟରେ ଭାରସାମ୍ୟ ହରାଇ ବରିÂ ସହକାରୀ ଯନ୍ତ୍ରୀ ଇଂ ସୋମନାଥ ମହାରଣା ତଳେ ପଡ଼ି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଓ ଜୟପୁରଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ପଠାଯାଇଥିବା ଜଣାପଡିଛି । ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସାମନ୍ତ ଶେଖର ଧଳ, ଭଣ୍ଡାର ଓ ଯାନ୍ତ୍ରିକ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଲମ୍ବୋଦର ପୁହାଣ, ବରିÂ ସହକାରୀ ଯନ୍ତ୍ରୀ ଇଂ ନିରାକାର ପାଇକ, ଇଂ ରଜତ କୁମାର ଜେମସ୍, ନିର୍ବାହୀ ଯନ୍ତ୍ରୀ ଇଂ ଏସ କେ ପାତ୍ର, ବୈଷୟିକ ଅଧିକାରୀ ବୈଷ୍ଣବ ଚରଣ ସାହୁ, ବିଭୁ ପଦାରବିନ୍ଦ ରଥ ପ୍ରମୁଖ ଜଳ ଭଣ୍ଡାର ଅଞ୍ଚଳକୁ ପ୍ରତି ସମୟରେ ନିରୀକ୍ଷଣ ଜାରି ରଖିଛନ୍ତି ।
Comments are closed, but trackbacks and pingbacks are open.