ଭୁବନେଶ୍ବର ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ, ଚିକିତ୍ସାଧିନ ଅବସ୍ଥାରେ ଯାତ୍ରୀଙ୍କ ମୃତ୍ୟୁ

Get real time updates directly on you device, subscribe now.

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ବିମାନ । ସ୍ପାଇସ୍-୬୨୩ ଜେଟ୍ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ଯାତ୍ରା କରୁଥିବା ଜଣେ ବୟସ୍କ ବ୍ୟକ୍ତି ଅସୁସ୍ଥତା ଅଭୁଭବ କରିବାରୁ ବିମାନଟିକୁ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ସ୍ପାଇସ୍-୬୨୩ ଜେଟ୍ ବିମାନଟି ଚେନ୍ନାଇରୁ କୋଲକତା ଯାଉଥିଲା । ତେବେ ବିମାନରେ ଯାତ୍ରା କରୁଥିବା ଅଶୋକ କୁମାର ଶର୍ମା ନାମକ ଜଣେ ବୟସ୍କ ବ୍ୟକ୍ତି ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ଫଳରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ନେଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons