ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ମୋଟର ଯାନ ଆଇନକୁ ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୩ ମାସ ଯାଏ ଲୋକମାନଙ୍କୁ ମହଲତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଡ଼ି ମାଲିକ ଓ ଚାଳକମାନେ ଏ ସମୟ ମଧ୍ୟରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବେ । ଏଣିକି ଏନଫୋର୍ସମେଣ୍ଟ ଏଜେନସୀ (ପୁଲିସ ଓ ପରିବହନ ବିଭାଗ) କର୍ମଚାରୀ ଜରିମାନା ଆଦାୟ ବଦଳରେ ଲୋକମାନଙ୍କୁ ସଚେତନ କରାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ଲୋକମାନଙ୍କୁ କିଭଳି କାଗଜପତ୍ର ତ୍ୱରିତ ମିଳିପାରିବ ସେ ନେଇ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
୩ ମାସ ମଧ୍ୟରେ ରାସ୍ତାରେ ଗାଡ଼ି ଚଳାଇବାକୁ ଗାଡ଼ି ମାଲିକ ଓ ଡ୍ରାଇଭରମାନେ ଦରକାରୀ କାଗଜପତ୍ର ପ୍ରସ୍ତୁତ କରନ୍ତୁ । ଟ୍ରାଫିକ ନିୟମ ମାନି ଗାଡ଼ି ଚଳାନ୍ତୁ । ବିପଦଜନକ ଭାବେ ଗାଡ଼ି ଚଳାଇ ନିଜ ଜୀବନ ସହ ଅନ୍ୟ ଜୀବନକୁ ବିପଦକୁ ଟାଣି ନ ନେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସେପ୍ଟେମ୍ବର ପହିଲାରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ସାରା ରାଜ୍ୟରେ ଲୋକଙ୍କ ରାଗ ଓ ଅସନ୍ତୋଷକୁ ଦେଖି ନୂଆ ଆଇନରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ୩ ମାସ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏ ସମୟରେ ଅତ୍ୟଧିକ ଯାଞ୍ଚ କିମ୍ବା ଜୋରିମାନା ନ କରିବାକୁ ପରିବହନ ଓ ପୁଲିସ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି । ଜନସାଧାରଣ କିଭଳି ଠିକ୍ ସମୟରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିପାରିବେ ସେ ନେଇ ପରିବହନ ବିଭାଗ ସୁଗମ କେନ୍ଦ୍ର ଖୋଲିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଲୋକମାନେ କିଭଳି ତ୍ୱରିତ ସେବା ପାଇବେ ତାକୁ ଧ୍ୟାନ ଦେଇ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହାଛଡ଼ା ନୂଆ ଆଇନ ସହ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ସଚେତନତା ଅଭିଯାନକୁ ବ୍ୟାପକ କରିବା ସହ ଲୋକଙ୍କ ପ୍ରତି କଠୋର ମନୋଭାବକୁ ଏଡ଼ାଇବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।
ଉଲ୍ଳେଖଯୋଗ୍ୟ, ଏ ଆଇନ ଲାଗୁ ହେବାର ପ୍ରଥମ ଦିନରୁ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳରେ ଗାଡ଼ିମଟର ଯାଞ୍ଚ ଆରମ୍ଭ ହେଲା । କାଗଜପତ୍ର ନଥିଲେ ଚଢ଼ା ଜୋରିମାନା ମଧ୍ୟ ଆଦାୟ କରାଗଲା । ଡ୍ରାଇଭିଂ ଲାଇସେନସ୍, ପ୍ରଦୂଷଣ ସାର୍ଟିଫିକେଟ ସହ ବୀମା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଆରମ୍ଭ ହେଲା । ମାତ୍ରାଧିକ ଫାଇନକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆଭୟ ଆରମ୍ଭ ହେଲା । ଲୋକଙ୍କ ଅସନ୍ତୋଷ ମଧ୍ୟ ଲକ୍ଷ୍ମଣରେଖା ଡେଇଁଲା । ଭୁବନେଶ୍ୱରରେ ପୁଲିସ-ଜନତା ମୁହାଁମୁହିଁ ହେଲେ । ଏହାକୁ ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ ଆଜି ଜନସାଧାରଣଙ୍କ ସୁବିଧା ପାଇଁ ୩ ମାସ ସମୟ ଦେଇଛନ୍ତି । ଜନସାଧାରଣ ଆଇନକୁ ସହଯୋଗ କରିବା ସହ ତୁରନ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମଧ୍ୟ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.