ଦୁଇ ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଘଟଣାର ପର୍ଦ୍ଧାଫାସ:ହତ୍ୟାକାରୀ ସ୍ୱାମୀ ଗିରଫ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗାଁର ବିମଳା ମାଝି ଦୁଇ ପୁଅକୁ ତଣ୍ଟି କାଟି ହତ୍ୟା ପରେ ଆତ୍ମହତ୍ୟା କରିଥିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପୁଲିସ ଏହାର ଖୋଲତାଡ଼ ଆରମ୍ଭ କରି ଘଟଣାର ପର୍ଦ୍ଧଫାସ କରିଛି । ଦୁଇ ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରି ଶେଷରେ ପୁଲିସ ପଞ୍ଝାରେ ପଡିଛି ଅଭିଯୁକ୍ତ ସ୍ୱାମୀ ଲିଙ୍ଗରାଜ ମାଝି । ପ୍ରେମ ପ୍ରତାରିତ ସ୍ୱାମୀ ଘରକୁ ପତ୍ନୀଙ୍କ ଠାରୁ ଉପେକ୍ଷିତ ହେବା ପରେ ଏଭଳି କାରକୀୟ କାଣ୍ଡ ଘଟାଇଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଉକ୍ତ ଘଟଣାରେ ସଂପୃକ୍ତି ସନେ୍ଦହରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାମତେ ସିଂଝରଣ ଗାଁର ଲିଙ୍ଗରାଜ ମାଝୀ ଗତ ତିନି ମାସ ତଳେ ସେହି ଗାଁର ଜଣେ ବିବାହିତ ମହିଳା ସହ ପ୍ରେମରେ ଛନ୍ଦି ହେବା ପରେ ପ୍ରେମିକା ସହ ବଲାଙ୍ଗୀର ଯାଇ ଏକ ମାସ ସେଠାରେ ରହିଥିଲା । ତେବେ ଏକ ମାସ ପରେ ପ୍ରେମିକା ରାଜଲକ୍ଷ୍ମୀ ବେମାଲ ନିଜର ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘରକୁ ଫେରିଥିଲେ । ଅପରପକ୍ଷେ ଲିଙ୍ଗରାଜ ନିଜର ପୂର୍ବତନ ଓ ପ୍ରଥମ ସ୍ତ୍ରୀଙ୍କ ସହ ଅବଶିଷ୍ଟ ଜୀବନ ବିତାଇବା ପାଇଁ ସିଂଝରଣ ଗ୍ରାମରେ ପହଞ୍ଚିଥିଲେ । ତେବେ ତାହାର ପ୍ରଥମ ପନôୀ ବିମଳା ମାଝୀ ଏହାକୁ ସ୍ୱୀକାର କରି ନଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଗତ ତିନିମାସ ଧରି ଉଭୟ ପତି-ପନôୀଙ୍କ ମଧ୍ୟରେ ଉଚ୍ଚବାଚ ଓ ଅସନ୍ତୋଷ ଲାଗି ରହିଥିଲା । ଗତ ଅଗଷ୍ଟ ୮ ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ ମାଣିକେଶ୍ୱରୀଙ୍କ ସମେତ ବିଭିନ୍ନ ଅଞ୍ଚଳରେ ନୂଅାଁଖାଇ ପାଳିତ ହେଉଥିବା ବେଳେ ଲିଙ୍ଗରାଜ ସିଂଝରଣ ଗାଁର ନିଜ ଘରକୁ ଯାଇଥିଲା । ରାତି ୨ଟା ବେଳେ ନିଜର ପନôୀ ବିମଳା ମାଝୀକୁ ପ୍ରଥମେ ମୁହଁରେ ଶାଢ଼ୀ ଦବାଇ ଶ୍ୱାସରୁଦ୍ଧ କରି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ତେବେ ଶାଢ଼ୀ ମୁହଁରେ ଦବାଇବା ପରେ ମଧ୍ୟ ବିମଳା କେବଳ ଅଚେତ ହୋଇ ପଡିବାରୁ ଲିଙ୍ଗ ତାକୁ ବୋହିନେଇ ନିଜ ଘରଠାରୁ ୨୦୦ ମିଟର ଦୂରରେ ଥିବା ଲାଞ୍ଜିଗଡ ରୋଡ-ଜୁନାଗଡ ରେଳ ଧାରଣା ନିକଟକୁ ନେଇଥିଲା । ପ୍ରଥମେ ଲିଙ୍ଗରାଜ ଏକ ଟାଙ୍ଗିଆରେ ପନôୀ ବିମଳାକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ମୃତଦେହକୁ ରେଳ ଧାରଣାରେ ପକାଇ ଦେଇଥିଲା । ଏହାପରେ ଲିଙ୍ଗରାଜ ଘରକୁ ପ୍ରତ୍ୟାବର୍ତ୍ତନ କରି ନିଦରେ ଶୋଇଥିବା ଦୁଇପୁଅ ଦୁଷ୍ମନ୍ତ (୭) ଓ ରବୀନ୍ଦ୍ର (୨)କୁ ଏକ ଟାଙ୍ଗିଆରେ ଗଳାକାଟି ହତ୍ୟା କରି ଭବାନୀପାଟଣା ଫେରି ଆସିଥିଲା । ୯ ତାରିଖ ଦିନ ଘଟଣା ପ୍ରଘଟ ହେବା ସହ ସଦର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଥିଲା । ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ଅନୁସନ୍ଧାନ କରିବା ବେଳେ କୁକୁର ମୃତ ବିମଳାର ସ୍ୱାମୀ ଲିଙ୍ଗରାଜ ସମେତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଠାବ କରିଥିଲା । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଉକ୍ତ ଟ୍ରିପଲ୍ ମର୍ଡର ଘଟଣାର ତଦନ୍ତର ତଦାରଖ କରିଥିଲେ । ମୃତକ ତିନିଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଅଭିଯୁକ୍ତ ସ୍ୱାମୀ ଲିଙ୍ଗରାଜ ମାଝୀଙ୍କ ସ୍ୱୀକାରୋକ୍ତି ପରେ ପୁଲିସ୍ ହତ୍ୟାକାରୀ ସ୍ୱାମୀ ତଥା ବାପା ଲିଙ୍ଗରାଜ ମାଝୀଙ୍କୁ ଗିରଫ୍ କରିଛି । ସୂଚନାଯୋଗ୍ୟ ଯେ ଲିଙ୍ଗରାଜ ମାଝୀ ଫୁକ୍ଯୋଡି ଗ୍ରାମର ଶାନ୍ତି ମାଝୀଙ୍କର ଝିଅକୁ ଗତ ଦଶ ବର୍ଷ ତଳେ ବିବାହ କରିଥିଲେ । ସଦର ଥାନା ପୁଲିସ୍ ଏହି ମାମଲାରେ ରବୀନ୍ଦ୍ର ମାଝୀ ସମେତ ରବୀନ୍ଦ୍ରର ସ୍ତ୍ରୀ ରାଜଲକ୍ଷ୍ମୀ ଓ ଶିବା ବେମାଲକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ବୋଲି ଏସପି ବି ଗଙ୍ଗାଧର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons