ମୋହନା, (ବି.ବି.ନୁ୍ୟଜ୍): ହଷ୍ଟେଲ୍ରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ବୁଧବାର ସାମ୍ନାକୁ ଆସିଛି । ମୋହନା ବାଳିକା ଉନ୍ନୀତ ଉଚ୍ଚବିଦ୍ୟାଳୟର ହଷ୍ଟେଲ୍ରେ ଏହା ଘଟିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ, ମୋହନା ବିଡିଓ ବଂଶୀଧର ଖୋସଲା ହଷ୍ଟେଲ୍ରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି ।
ମୋହନା ବାଳିକା ଉନ୍ନୀତ ହାଇସ୍କୁଲରେ ଉଚ୍ଚ ବିଦ୍ୟାଳୟରେ ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ରହିଛି । ବୁଧବାର ଏହି ହଷ୍ଟେଲ୍ର କେତେକ ଛାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମୋହନା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମ୍ୟାଟ୍ରନ୍ଙ୍କ ତତ୍ତ୍ୱାବଧାନରେ ନିଆଯାଇଥିଲା । ପରୀକ୍ଷା ପରେ ଏମାନଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ଥିବା ସୂଚନା ଦେଇଥିଲେ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନମିତା ପଣ୍ଡା । ହଷ୍ଟେଲ କର୍ତ୍ତୃପକ୍ଷ ଏହା ଜାଣିବା ପରେ ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ପ୍ରଥମେ ମୋହନା ବିଡିଓ ବଂଶୀଧର ଖୋସଲା ଓ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଞ୍ଜନ ଜେନା ହଷ୍ଟେଲରେ ପହଞ୍ଚôô ତଦନ୍ତ କରିଥିଲେ । ପରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ, ମୋହନା ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଓ ପୁଲିସ ପହଞ୍ଚô ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରୀ ଜଣକ ଗର୍ଭବତୀ କିପରି ହେଲେ ଏବଂ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ତାହା ତଦନ୍ତ କରି କାର୍ଯ୍ୟାନୁÂାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ହଷ୍ଟେଲ୍ରେ ପ୍ରତି ମାସରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ନିୟମ ରହିଥିଲେ ମଧ୍ୟ ଛାତ୍ରୀଜଣକ କିଭଳି ଗର୍ଭବତୀ ହେଲେ ଏବଂ ତାହା ହଷ୍ଟେଲ୍ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି ।
Comments are closed, but trackbacks and pingbacks are open.