ଚାଉଳ ଆଣିବାକୁ ଯାଇ ଜୀବନ ଗଲା:ଦୁର୍ଘଟଣାରେ ୨ ମୃତ, ଉତ୍ତେଜନା

Get real time updates directly on you device, subscribe now.

ଲକ୍ଷ୍ମୀପୁର/ରାୟଗଡ଼ା,(ବି.ବି.ନୁ୍ୟଜ୍): ଚାଉଳ ଆଣିବାକୁ ଯାଉଥିବାବେଳେ ଅଜଣା ଗାଡିÿ ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଆଦିବାସୀ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ-ରାୟଗଡା ଜିଲ୍ଲା ସୀମାନ୍ତ କୁଟୁଳି ଗାଁ ନିକଟରେ । ପ୍ରାଣ ହରାଇଥିବା ଯୁବକମାନେ ହେଲେ ସାନମିନାପାଇ ଗାଁର ବିକାଶ ମିଣିଆକା ଓ ଟୁଡୁଆ ଲେଲେର ଗାଁର ସାହୁ ପ୍ରେପେକା । ପୁଲିସ୍ ଉଭୟଙ୍କ ଶବ ନେବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ବିରୋଧ କରିଥିଲେ । ଏ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ୍ ଗାଡିÿକୁ ନଛାଡିବା ଲାଗି ଉତ୍ତ୍ୟକ୍ତ ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ କିଛି ସମୟ ପାଇଁ ଅବରୋଧ କରିଥିଲେ । ଏସ୍ଡିପିଓ ତପନ ନାରାୟଣ ରଥ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟାରେ ଟଙ୍କିକିଆ ଚାଉଳ ଆଣିବା ଲାଗି ବିକାଶ ଓ ସାହୁ କୁଟୁଳି ଗାଁକୁ ଚାଲିଚାଲି ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡିÿ ଉଭୟଙ୍କୁ ପଛପଟୁ ଧକ୍କା ଦେଇ ଦ୍ରୁତଗତିରେ ପଳାଇଯାଇଥିଲା । ÿ ଧକ୍କାରେ ଉଭୟ ଛିଟିକି ପଡିଥିଲେ । ସେମାନଙ୍କ ରକ୍ତ ଜୁଡୁବୁଡୁ ଶରୀର ଖଣ୍ଡେ ଦୂରରେ ପଡ଼ିଥିଲା । କିଛି ସମୟ ପରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତୁ୍ୟ ହୋଇଥିଲା । ଏସମ୍ପର୍କରେ ଖବରପାଇ କୁମ୍ଭିକୋଟା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବକୁ ଗାଡିÿରେ ନେବା ଲାଗି ଉଦ୍ୟମ କରୁଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ଆସି ନଥିବାରୁ ପୁଲିସ ଶବ କିପରି ନେବାକୁ ଉଦ୍ୟମ କରୁଛି ବୋଲି ଉତ୍ତ୍ୟକ୍ତ ଗ୍ରାମବାସୀ ବିରୋଧ କରିଥିଲେ । ପ୍ରତିବାଦରେ ପୁଲିସ୍ ଗାଡିÿକୁ ଛାଡି ନଥିଲେ । ୩୨୬ ନମ୍ବର ଜାତୀୟ ରାଜପଥରେ ବଡ଼ ବଡ଼ ପଥର ରଖି ରାସ୍ତାରୋକ କରିଥିଲେ । ରାୟଗଡା ଏସ୍ଡିପିଓ ତପନ ନାରାୟଣ ରଥ ଓ ଆଇଆଇସି ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା । ଖୁବ୍ଶୀଘ୍ର ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା । ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟପକ୍ଷରେ ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରୁ ରାୟଗଡା, ଟିକିରି ଓ କାଶୀପୁର ଆଦି ଅଞ୍ଚଳରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଗାଡିର ସନ୍ଧାନ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ରଥ କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଏକ ଇନୋଭା କାର୍ ଦ୍ରୁତଗତିରେ ଆସି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ଗୁରୁତର ହୋଇ ଛଟପଟ ହେଉଥିବା ଦେଖି ଚାଳକ ଗାଡି ଧରି ଫେରାର୍ ହୋଇଯାଇଥିଲା ।
ସୂଚନା ଥାଉକି, ପିଡିଏସ୍ ଚାଉଳ ନେବା ଲାଗି ରାୟଗଡା-କୋରାପୁଟ ଜିଲ୍ଲାର ସୀମାନ୍ତରେ ଥିବା ଗାଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଲକ୍ଷ୍ମୀପୁର ବ୍ଲକ୍ ଦେଇ ୧୮ କିଲୋମିଟର ଦୂର କୁଟୁଳି ଗାଁକୁ ଚାଲି ଚାଲି ଯିବାକୁ ପଡୁଛି । ଯାହାଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଯିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ରାୟଗଡା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଲାଗି ନିବେଦନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons