ମାଥିଲି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗକୁ ଅବ୍ୟବସ୍ଥା ପିଛା ଛାଡୁନି । କେଉଁଠି ଛାତ୍ରଛାତ୍ରୀ ଶିକ୍ଷକଙ୍କ ଅଶାଳୀନ ବ୍ୟବହାରର ଶିକାର ହେଉଛନ୍ତି ତ ଆଉ କେଉଁଠି ବିଭାଗୀୟ ଅଧିକାରୀ ଛାତ୍ରଛାତ୍ରୀଙ୍କ ଖାଦ୍ୟ ଖାଇଯାଉଛନ୍ତି । ଫଳରେ ଭୋକ ଉପାସରେ ପିଲାଙ୍କୁ ରହିବାକୁ ପଡୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ମାଥିଲି ବ୍ଲକ ନାୟକଗୁଡା କସ୍ତୁରବାଗାନ୍ଧି ବାଳିକା ବିଦ୍ୟାଳୟରେ । ୪ଦିନ ହେଲା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳି ନଥିବାରୁ ଆଜି ହଷ୍ଟେଲ ଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିଛନ୍ତି । ଛାତ୍ରୀମାନେ ରାଜରାସ୍ତା ଅବରୋଧ କରି ଧାରଣା ଦେଇଥିବାରୁ ଗାଡିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା । ବିଡିଓ ଆଶିଷକୁମାର ଭୋଇ ଓ ପୁଲିସ ସେଠାରେ ପହଞ୍ଚି ଛାତ୍ରୀଙ୍କୁ ବୁଝାଶୁଝା କରିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଆଜି ନାୟକଗୁଡି କସ୍ତୁରବାଗାନ୍ଧି ବାଳିକା ଉଚ୍ଚବିଦ୍ୟାଳୟର ହଷ୍ଟେଲ ଛାତ୍ରୀମାନେ ପ୍ରଧାନଶିକ୍ଷୟିତ୍ରୀଙ୍କ ମନମାନି ନୀତିକୁ ବିରୋଧ କରିଥିଲେ । ନବମ ଓ ଦଶମ ଶ୍ରେଣୀ ଛାତ୍ରୀମାନେ ସ୍କୁଲରୁ ବାହାରି ରାଜରାସ୍ତାରେ ବସିଥିଲେ । ଆଜି ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତିରେ ହଷ୍ଟେଲର ଶତାଧିକ ଛାତ୍ରୀ ବିଦ୍ୟାଳୟରୁ ବାହାରି ଆସି ରାସ୍ତା ଉପରେ ଧାରଣା ଦେଇଥିଲେ । ନାୟକଗୁଡା ଛକର ମୁଖ୍ୟରାସ୍ତାରେ ବସିପଡିଥିଲେ । ଛାତ୍ରୀଙ୍କ ଆନେ୍ଦାଳନ ଫଳରେ ମାଲକାନଗିରି-ଜୟପୁର ମୁଖ୍ୟରାସ୍ତାରେ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଛାତ୍ରୀଙ୍କ ଅଭିଯୋଗ ପ୍ରକାରେ ଗତ ୪ଦିନ ହେଲା ବିଦ୍ୟାଳୟ ତରଫରୁ ମଧ୍ୟାହ୍ନ ଭୋଜନ କାହାକୁ ଦିଆଯାଉ ନାହିଁ । କେବଳ ବିସ୍କୁଟ ଓ ଚୁଡା ଦିଆଯାଉଛି । ପୂର୍ବରୁ ମଧ୍ୟାହ୍ନ ଭୋଜନ ମିଳୁଥିଲେ ମଧ୍ୟ ଏବେ ଏହାକୁ ବନ୍ଦ କରିଦିଆଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଚଞ୍ଚଳା ନାୟକ ଏଭଳି କରିଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ । ସପ୍ତାହେ ହେଲା ବିଦ୍ୟାଳୟରେ ଜେନେରେଟର୍ ଖରାପ ହୋଇଯାଇଛି । ଫଳରେ ଛାତ୍ରୀଙ୍କୁ ଅନ୍ଧାରରେ ରହିବାକୁ ପଡୁଛି । ପାଠପଢାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ସ୍କଲାରସିପ୍ ଟଙ୍କା ମଧ୍ୟ ପିଲାଙ୍କୁ ଦିଆଯାଇ ନଥିବା କହିଛନ୍ତି । ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିବେଦନ କରାଯାଉଥିଲେ ମଧ୍ୟ ସେ କର୍ଣ୍ଣପାତ କରୁ ନଥିବା ଛାତ୍ରୀ କହିଛନ୍ତି । ହଷ୍ଟେଲରେ ଲାଗିରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଜାଣି ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ କୌଣସି କାର୍ଯାନୁÂାନ ଗ୍ରହଣ କରି ନଥିବାରୁ ଶେଷରେ ବାଧ୍ୟ ହୋଇ ଧାରଣା ଦିଆଯାଇଥିବା ଛାତ୍ରୀ ପ୍ରକାଶ କରିଛନ୍ତି । ଛାତ୍ରୀଙ୍କ ଆନେ୍ଦାଳନ ଖବର ଶୁଣି ମାଥିଲି ପୁଲିସ ଓ ବିଡିଓ ଶ୍ରୀ ଭୋଇ ସେଠାରେ ପହଞ୍ଚିଥିଲେ । ଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ପ୍୍ରଥମେ ସେମାନେ ନିଜ ଜିଦ୍ରେ ଅଟଳ ରହିଥିଲେ । ବିଡିଓ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ଓହରିଥିଲେ । ଛାତ୍ରୀଙ୍କୁ ବୁଝାଶୁଝା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଇଓ ଗୌରୀଶଙ୍କର ଦାସ, ଏବିଇଓ ସତ୍ୟ ଭତ୍ରା, ରଞ୍ଜାୟସୁ ଦାସଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରେ ଅନିୟମିତତା ଚାଲିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତଦନ୍ତ ମଧ୍ୟ ହୋଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ନଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ସହ ଅଭିଭାବକମାନେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.