ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ସ୍ଥିତ ବ୍ଲେନହେମ ପ୍ୟାଲେସ( ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ପ୍ରାପ୍ତ)ରେ ଏକ ପ୍ରଦର୍ଶନୀ ଆୟୋଜିତ ହେଉଥିଲାବେଳେ କିଛି ଦୁର୍ବୃତ୍ତ ସେଠାରୁ ଏକ ସୁନାର କମୋଡ ଚୋରି କରି ନେଇଛନ୍ତି । ୧୮ କ୍ୟାରେଟ ସୁନାରେ ନିର୍ମିତ ଏହି କମୋଡକୁ ଇଟାଲୀର ଜଣେ ଶିଳ୍ପୀ ଡିଜାଇନ କରିଥିଲେ । ‘ଆମେରିକା’ ନାମରେ ନାମିତ ଏହି କମୋଡକୁ ପୂର୍ବରୁ ନୁ୍ୟୟର୍କ ସ୍ଥିତ ଗୁଗେନହେମ ମୁ୍ୟଜିୟମରେ ପ୍ରଦର୍ଶନ କରାଯାଇଥିଲା । ଆମେରିକାରେ ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏକଦା ଋଣ ଭିତ୍ତିରେ ଏହାକୁ ପ୍ରଦାନ କରାଯାଇଥିଲା ।
ସ୍ଥାନୀୟ ପୁଲିସର କହିବାନୁଯାୟୀ, ବିଳମ୍ବିତ ରାତ୍ରିରେ ଚୋରମାନେ ଉକ୍ତ ପ୍ୟାଲେସ ଭିତରେ ପଶିଥିଲେ ଏବଂ ଭୋର ୪ଟା ୩୦ ସୁଦ୍ଧା ସୁନାର କମୋଡକୁ ନେଇ ପଳାଇଥିଲେ । ଏଥିପାଇଁ ସେମାନେ ଦୁଇଟି ଗାଡ଼ିର ବ୍ୟବହାର କରିଥିଲେ । ଏହି ଘଟଣାରେ ଜଣେ ୬୬ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କିନ୍ତୁ କମୋଡଟିକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ ।
Comments are closed, but trackbacks and pingbacks are open.