ବିଦୁ୍ୟତ୍ ତାର ସ୍ପର୍ଶରେ ଯୁବକ ମୃତ:ଚିକିତ୍ସା ନକରି ଖତଗଦାରେ ପୋତିଲେ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ୍): ବାର୍ହା ବିପôାତରୁ ନିସ୍ତାର ପାଇଁ ଚାଷ ଜମିରେ ବିଛା ଯାଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନପଲ୍ଲୀ ଗ୍ରାମର ଶକ୍ତି ପଶାୟତ (୧୮) । ରବିବାର ସକାଳେ ଶକ୍ତି ପଶାୟତ ଚାଷ ଜମିରୁ ପନିପରିବା ଆଣିବାକୁ ଯାଉଥିବା ବେଳେ ଅନ୍ୟ ଏକ ଜମିରେ ବାର୍ହା ଶୀକାର ଉଦେ୍ଧଶ୍ୟରେ ବିଛା ଯାଇଥିବା ବିଦୁ୍ୟତ୍ ତାର ସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ । ତେବେ ଗୁରୁତର ଥିବା ସତ୍ତେ୍ୱ ଶକ୍ତିକୁ ପରିବାର ଲୋକ କିମ୍ବା ଗ୍ରାମବାସୀ ତୁରନ୍ତ ଡାକ୍ତରଖାନାକୁ ନେଇ ନଥିଲେ । କାଳେ ଶରୀର ଠିକ୍ ହୋଇଯିବ ଭାବି ପ୍ରଥମେ ଗାଅାଁର ଏକ ଖତ ଗଦାରେ ପୋତା ଯାଇଥିଲା । ମାତ୍ର ଶକ୍ତିଙ୍କ ଅବସ୍ଥାରେ କୌଣସି ଉନ୍ନତି ନଆସିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନା ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଭଞ୍ଜନଗର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଥାନାରେ କେସ୍ ନମ୍ବର ୨୯୧/୨୦୧୯ ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା କହିଛନ୍ତି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ।
ପୁଲିସ ସୂଚନା ପ୍ରକାରେ କୁଲାଡ଼ର ଜଣେ ଚାଷୀ ଚୂନପଲ୍ଲୀରେ ତାଙ୍କର କିଛି ଜମିରେ ଚାଷ କରିଥିଲେ । ଜଙ୍ଗଲ ପାଖ ଜମି ହୋଇଥିବାରୁ ବାର୍ହା ପ୍ରତିଦିନ ଫସଲ ନଷ୍ଟ କରୁଥିଲା । ବାର୍ହା ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚାଷ ଜମି ହିଡ଼ରେ ବିଦୁ୍ୟତ୍ ତାର ବିଛାଇଥିଲେ । ଶକ୍ତି ପଶାୟତ ନିଜ ପଦର ଜମିରୁ ପନିପରିବା ଆଣିବାକୁ ରବିବାର ସକାଳ ୮ଟାରେ ଘରୁ ଯାଇଥିଲେ । ରାସ୍ତାରେ ବିଦୁ୍ୟତ୍ ତାର ବିଛା ଯାଇଥିବା ହିଡ଼ରେ ଗଲା ବେଳେ ବିଦୁ୍ୟତ୍ ସ୍ପର୍ଶରେ ଆସି ଯାଇଥିଲେ । ନିକଟସ୍ଥ ଚାଷ ଜମିରେ କାମ କରୁଥିବା କିଛି ବ୍ୟକ୍ତି ପାଟି କରି ଘଟଣାସ୍ଥଳରେ ପହଞ୍ଚିବା ସହ ବିଦୁ୍ୟତ୍ ବିଛିନ୍ନ କରି ତାଙ୍କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons